• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସାଇବର ଠକେଇ: ବିଶ୍ୱବିଦ୍ୟାଳୟ କୁଳପତିଙ୍କଠୁ ଲୁଟିନେଲେ ୧୪ ଲକ୍ଷ

by Voice of Victims
February 25, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସାଇବର ଠକେଇ: ବିଶ୍ୱବିଦ୍ୟାଳୟ କୁଳପତିଙ୍କଠୁ ଲୁଟିନେଲେ ୧୪ ଲକ୍ଷ

ଭୁବନେଶ୍ବର: ସାଇବର ଠକେଇର ଶିକାର ହୋଇଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାସ। ଡିଜିଟାଲ୍ ଆରେଷ୍ଟ କହି ସାଇବର ଠକ ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା। ଲୁଟ୍‌ର ଶିକାର ହୋଇଥିବା ଜାଣିବା ପରେ କୁଳପତି ପ୍ରଫେସର୍ ଶ୍ରୀମତୀ ଦାସ ବ୍ରହ୍ମପୁର ସାଇବର ଥାନାର ଦ୍ୱାରସ୍ଥ ହୋଇଥିବା ନେଇ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିିବେକ୍ ଏମ୍ ସୂଚନା ଦେଇଛନ୍ତି। ଜଣେ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ସାଇବର ଠକେଇର ଶିକାରକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର୍ ଧରିଛି। ପୁଲିସଠାରୁ ଆରମ୍ଭ କରି ପ୍ରତ୍ୟେକ ଫୋନ୍ କଲ୍‌ରେ ସରକାର ସାଇବର ଠକେଇକୁ ନେଇ ସଚେତନତା ସୃଷ୍ଟି କରୁଥିବା ବେଳେ କିଭଳି ସେ ସାଇବର ଠକଙ୍କ ଶିକାର ହୋଇଗଲେ, ତାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ସୂଚନା ପ୍ରକାରେ ଜଣେ ଦୁର୍ବୃତ୍ତ ଗତ ୧୨ତାରିଖରୁ କୁଳପତି ଶ୍ରୀମତୀ ଦାସଙ୍କୁ ଫୋନ୍‌କରି ଡିଜିଟାଲ୍ ଆରେଷ୍ଟରେ ଫସାଇଥିଲା। ଦୁର୍ବୃତ୍ତ ଜଣକ ନିଜକୁ ଇଡି ଅଫିସର୍ ବୋଲି ନିଜକୁ ପରିଚୟ ଦେଇଥିଲା। ସୁପ୍ରିମକୋର୍ଟରେ ଚାଲିଥିବା ଏକ ମାମଲାରେ ଅଭିଯୁକ୍ତଙ୍କ ସହ କୁଳପତିଙ୍କ ଲିଙ୍କ୍ ରହିଥିବା ଏବଂ କୋଟି, କୋଟି ଟଙ୍କାର ହୋଇଥିବା ଦୁର୍ନୀତିରେ କୁଳପତିଙ୍କ ସଂପୃକ୍ତି ରହିଥିବା କହିଥିଲା। ଏଭଳି ତଥ୍ୟ ଦୁର୍ବୃତ୍ତ ଦେବା ପରେ ଡିଜିଟାଲ୍ ଆରେଷ୍ଟ ହୋଇଛନ୍ତି ବୋଲି କୁଳପତିଙ୍କୁ କୁହାଯାଇଥିଲା। ଡିଜିଟାଲ୍ ଆରେଷ୍ଟ ଭୟରେ କୁଳପତି ନିଜର ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହାର କିଛି ସମୟ ପରେ କୁଳପତି ୧୪ ଲକ୍ଷ ଟଙ୍କାର ଚେକ୍ ଦୁର୍ବୃତ୍ତଙ୍କ ଆକାଉଣ୍ଟରେ ଜମା କରିଥିଲେ। ପରେ ସେ ସାଇବର ଠକଙ୍କ ଦ୍ୱାରା ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଡିଜିଟାଲ୍ ଆରେଷ୍ଟର ଶୀକାର ହେବା ପରେ କୁଳପତି ବ୍ରହ୍ମପୁର ସାଇବର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଠକେଇର ତଦନ୍ତ ଜାରି ଥିବା ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।

Post Views: 68
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In