• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବନ୍ଦ ଘରୁ ବାପ-ଝିଅଙ୍କ ମୃତଦେହ ଉଦ୍ଧାର, ଝିଅକୁ ହତ୍ୟାକରି ବାପର ଆତ୍ମହତ୍ୟା ସନ୍ଦେହ

by Voice of Victims
February 28, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବନ୍ଦ ଘରୁ ବାପ-ଝିଅଙ୍କ ମୃତଦେହ ଉଦ୍ଧାର, ଝିଅକୁ ହତ୍ୟାକରି ବାପର ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର୍‌: ପାରିବାରିକ ଅଶାନ୍ତି ତଥା ଋଣ ବୋଝ ଯୋଗୁ ଜଣେ ବାପ ତା’ର ଏକମାତ୍ର ଝିଅକୁ ହତ୍ୟାକରି ନିଜେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଜଗନ୍ନାଥ ଲେନ୍‌ରେ ଥିବା ଏକ ଆପର୍ଟମେଣ୍ଟର ପ୍ରଥମ ମହଲାରେ ଥିବା ଏକ ବନ୍ଦ ଘରୁ ବାପାଝିଅଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ ତଦନ୍ତ ଚଳାଇଛି। କରିଛି। ମୃତକ ମାନସ ରଞ୍ଜନ ଦାସ (୬୦) ଓ ତାଙ୍କ ଝିଅ ହରଶ୍ରୀତା ହେମାଙ୍ଗିନୀ(୧୭)। ପ୍ରାଥମିକ ତଦନ୍ତରୁ ଆର୍ଥିକ ଚାପରୁ ବାପା ଝିଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ବାଦାମବାଡ଼ି ଜଗନ୍ନାଥ ଲେନ୍‌ରେ ଥିବା ଏକ ଚାରିମହଲା ବିଶିଷ୍ଟ ଆପର୍ଟମେଣ୍ଟର ପ୍ରଥମ ମହଲାରେ ଫ୍ଲାଟ୍ ନମ୍ୱର୍ ୧/୨ଏ୩ରେ ମାନସ ରଞ୍ଜନ ଓ ତାଙ୍କ ଝିଅ ରହନ୍ତି। କିଛିବର୍ଷ ତଳୁ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇସାରିଛି। ମାନସଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ହୋଇଥିବା ବେଳେ ସେ କଟକରେ ରହି ବ୍ୟବସାୟ କରିବା ସହ ଆପାର୍ଟମେଣ୍ଟରେ ବାପା-ଝିଅ ଗତ ପ୍ରାୟ ଦେଢ଼ବର୍ଷ ହେବ ରହିଆସୁଥିଲେ। ଝିଅଟି ମାନସିକ ଭାବେ ଭିନ୍ନକ୍ଷମ ହୋଇଥିବାରୁ ବାପା ସବୁବେଳେ ତାଙ୍କୁ ଘର ଭିତରେ ରଖୁଥିଲେ। କେବେ ବି ବାହାରକୁ ଛାଡ଼ୁନଥିଲେ। ଝିଅଙ୍କୁ ପଡ଼ୋଶୀମାନେ ମଧ୍ୟ ଦେଖିପାରୁନଥିଲେ। ସେ ରହୁଥିବା ଫ୍ଲାଟ୍‌ର କିଛି ମାସ ଭଡ଼ା ବାକି ରହିଥିବା ବେଳେ ଘର ମାଲିକ ତାଙ୍କୁ ଘର ଛାଡ଼ିବାକୁ କହିଥିଲେ। ଆଜି ଘର ମାଲିକ ଭଡା ଆଦାୟ କରିବାକୁ ଆସିବାର ଥିଲା। ତେଣୁ ସେ ଆର୍ôଥକ ବୋଝ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଏଭଳି ଆତ୍ମହତ୍ୟା ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପ୍ରାଥମିକ ସ୍ତରରେ ପୁଲିସ ଅନୁମାନ କରୁଛି। ତେବେ ଶୁକ୍ରବାର ସକାଳୁ ଦୀର୍ଘ ସମୟ ଯାଏ ମାନସଙ୍କ ଘରର ଦରଜା ଖୋଲାଯାଇନଥିଲା। ଘର ମାଲିକ ସେଠାରୋ ପହଞ୍ôଚ କବାଟ ବାଡେଇଥିଲେ ବି ଭିତର ପଟୁ କୌଣସି ସୋର୍‌ଶବ୍ଦ ନଥିଲା। କିଛି ଲୋକ ଝରକା ଫାଙ୍କରେ ମାନସ ଫ୍ୟାନ୍‌ରେ ଝୁଲୁଥିବାର ଦେଖିଥିଲେ। ଘର ମାଲିକ ଏନେଇ ବାଦାମବାଡ଼ି ଥାନାରେ ଜଣାଇଥିଲେ। ପୁଲିସ କବାଟ ଭାଙ୍ଗି ଘର ଭିତରୁ ମାନସ ରଞ୍ଜନଙ୍କ ମୃତଦେହ ଫ୍ୟାନ୍‌ରୁ ଧୋତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିବା ସହ ଝିଅର ମୃତଦେହ ଘର ଭିତରେ ଥିବା ଖଟ ଉପରୁ ଉଦ୍ଧାର କରିଥିଲେ। ସାଇଂଟିଫିକ ଟିମ୍ ସହ ପୁଲିସ ତଦନ୍ତ କରିବା ଉପସ୍ଥିତ ଲୋକଙ୍କୁ ପଚରାଉଚୁରା କରିଛି। ଘଟଣାସ୍ଥଳରୁ ମୃତକଙ୍କ ଏକ ମୋବାଇଲ୍ ଜବତ ହୋଇଛି। ମାନସଙ୍କ ପିତାଙ୍କ ଏକ ଘର କଟକରେ ଥିଲା। ମାତ୍ର କିଛିବର୍ଷ ହେବ ତାହା ବିକ୍ରି ହୋଇଯାଇଥିôବାରୁ ମାନସ କଟକରେ ଭଡ଼ାଘରେ ରହୁଥିଲେ। ଅପରପକ୍ଷେ ପ୍ରାୟ ଦୁଇବର୍ଷ ହେବ ମାନସ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଏକ ପ୍ରକାର ସମ୍ପର୍କ ଚ୍ଛିନ୍ନ କରିଥିଲେ ବୋଲି ତାଙ୍କ ଭଉଣୀ ସୂଚନା ଦେଇଛନ୍ତି।

Post Views: 68
Tags: The dead bodies of father and daughter were recovered from the closed house
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In