• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆର୍‌ବିଆଇର ବଡ଼ ଘୋଷଣା: ଏବେ ବି ଲୋକଙ୍କ ପାଖରେ ୬,୪୭୧ କୋଟିର ୨ହଜାର ନୋଟ୍‌

by Voice of Victims
March 1, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଆର୍‌ବିଆଇର ବଡ଼ ଘୋଷଣା: ଏବେ ବି ଲୋକଙ୍କ ପାଖରେ ୬,୪୭୧ କୋଟିର ୨ହଜାର ନୋଟ୍‌

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶନିବାର ଏକ ବଡ଼ ଘୋଷଣା କରାଯାଇଛି। ଆରବିଆଇ କହିଛି ଯେ, ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର (ନିଷିଦ୍ଧ) ଘୋଷଣା କରାଯିବାର ଇତି ମଧ୍ୟରେ ୨ ବର୍ଷରୁ ଅଧିକ ସମୟ ବିତିସାରିଛି। ତଥାପି ବଜାରରୁ ଶତ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କିଂ ସିଷ୍ଟମ୍‌କୁ ଫେରିନାହିଁ। ୯୮.୧୮% ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଥିବା ବେଳେ ଆହୁରି ୧.୮୨% ଟଙ୍କା (୬,୪୭୧ କୋଟି) ଏବେ ବି ଜନସାଧାରଣଙ୍କ ପାଖରେ ରହିଛି। ଏହି ଅର୍ଥ ବ୍ୟାଙ୍କିଂ ସିଷ୍ଟମ୍‌କୁ ଫେରିଆସିବା ଉଚିତ୍‌। ଆର୍‌ବିଆଇ ୧୯ ମେ,୨୦୨୩ରେ ୨୦୦୦ ଟଙ୍କିଆ ବ୍ୟାଙ୍କ୍ ନୋଟ୍ ପ୍ରତ୍ୟାହାର ଘୋଷଣା କରିଥିଲା। ଏହା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକେ ୨୦୦୦ ଟଙ୍କିଆ ସବୁକୁ ବ୍ୟାଙ୍କ୍ ମାଧ୍ୟମରେ ଫେରାଇବା ଆରମ୍ଭ କରିଥିଲେ। କିନ୍ତୁ ୨ ବର୍ଷ ପରେ ବି ୧୦୦% ନୋଟ୍ ଫେରିପାରିନାହିଁ। ଆର୍‌ବିଆଇ ଅନୁସାରେ ୧୯ ମେ’ ୨୦୨୩ରେ ବ୍ୟବସାୟ ସମାପ୍ତ ହେବା ସମୟରେ ପ୍ରଚଳନରେ ଥିବା ୨୦୦୦ ଟଙ୍କାର ବ୍ୟାଙ୍କ୍ ନୋଟ୍‌ର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା, ଯାହା ୨୮ ଫେବୃଆରୀ ୨୦୨୫ ସୁଦ୍ଧା ୬,୪୭୧ କୋଟି ଟଙ୍କାକୁ ହ୍ରାସ ପାଇଛି। ପ୍ରକାଶଯୋଗ୍ୟ, ୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ୍ ଶାଖାରେ ୨ହଜାର ଟଙ୍କାର ନୋଟ୍ ଜମାକରିବା ଅଥବା ବଦଳାଇବାର ସୁବିଧା ଉପଲବ୍ଧ ଥିଲା। ସେହିପରି ବର୍ତ୍ତମାନ ସମୟରେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଆର୍‌ବିଆଇର ସମସ୍ତ ୧୯ଟି କାର୍ଯ୍ୟାଳୟରେ ଏହି ସୁବିଧା ଉପଲବ୍ଧ ରହିଛି। ଆର୍‌ବିଆଇ କାର୍ଯ୍ୟାଳୟଗୁଡ଼ିକ ୯ ଅକ୍ଟୋବର, ୨୦୨୩ଠାରୁ ବ୍ୟକ୍ତି ଏବଂ ସଂସ୍ଥାଗୁଡ଼ିକଙ୍କଠାରୁ ୨,୦୦୦ ଟଙ୍କାର ନୋଟ୍ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମାକରିବା ପାଇଁ ଗ୍ରହଣ କରୁଛନ୍ତି। ଏହା ବ୍ୟତୀତ ସାଧାରଣ ଲୋକମାନେ ଦେଶର ଯେକୌଣସି ପୋଷ୍ଟ ଅଫିସ୍ ଯାଇ ସେଠାରୁ ମଧ୍ୟ ଯେକୌଣସି ଆର୍‌ବିଆଇ କାର୍ଯ୍ୟାଳୟକୁ ୨୦୦୦ ଟଙ୍କାର ନୋଟ୍ ପଠାଇ ଏହି ଅର୍ଥକୁ ନିଜ ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରିପାରିବେ। ୨ ହଜାର ଟଙ୍କିଆ ନୋଟ୍ ବୈଧ ଭାବରେ ପ୍ରଚଳିତ ରହିବ ବୋଲି ଆର୍‌ବିଆଇ ସ୍ପଷ୍ଟ କରିଛି।

Post Views: 65
Tags: 471 crore worth of 2RBI's big announcement: People still have 6
Share199Tweet125Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In