• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମାର୍ଚ୍ଚ ଆରମ୍ଭରୁ ବଢ଼ିଲା ତାତି, ଟିଟିଲାଗଡ଼ ପାଲଟିଲା ତତଲାଗଡ଼

by Voice of Victims
March 2, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମାର୍ଚ୍ଚ ଆରମ୍ଭରୁ ବଢ଼ିଲା ତାତି, ଟିଟିଲାଗଡ଼ ପାଲଟିଲା ତତଲାଗଡ଼

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ପାରଦ ଉପରମୁହାଁ ହେବାରେ ଲାଗିଛି। ରବିବାର ଟିଟିଲାଗଡ଼ରେ ପାରଦ ୩୮.୫ ଡିଗ୍ରୀ ଛୁଇଁଛି। ଫଳରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ ରହିଛି। ଚଳିତବର୍ଷ ଗ୍ରୀଷ୍ମପ୍ରବାହ ଅବଧି ଅଧିକ ରହିବ, ମେ’ ଶେଷ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅତିଷ୍ଠ କରିବ। ଏହି ୩ମାସ ମଧ୍ୟରେ ୮ରୁ ୯ଦିନ ଲଗାତର ହିଟ୍‌ୱଭ୍‌ର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ରେକର୍ଡ ଭାଙ୍ଗିବ ତାତି। ମାର୍ଚ୍ଚ, ଏପ୍ରିଲ ଓ ମେ’ ଏହି ତିନି ମାସ ହେବ ଅଗ୍ନି ବର୍ଷା। ମାର୍ଚ୍ଚ ମାସରେ ପ୍ରବଳ ଖରା ହେବ। ଏପରିକି ହିଟ୍‌ୱେଭ୍ ଅବଧି ବି ଅଧିକ ରହିବ ବୋଲି ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ। ସାରା ଦେଶରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଆଇଏମ୍‌ଡି ଆକଳନ କରିଥିବାବେଳେ ରାଜ୍ୟରେ ବି ଅନୁରୂପ ଭାବେ ତାତି ଦେଖିବାକୁ ମିଳିବ। ଏଥର ମାର୍ଚ୍ଚ ମାସରେ ସ୍ୱାଭାବିକଠାରୁ ୩ ଦିନ ଅଧିକ ଗ୍ରୀଷ୍ମପ୍ରବାହ ରହିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ରାଜ୍ୟରେ ତାତି ବଢ଼ିବାରେ ଲାଗିଥିବାବେଳେ ପଶ୍ଚିମ ଓଡ଼ିଶାରେ ସ୍ୱାଭାବିକଠାରୁ ଯଥେଷ୍ଟ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ବିଭାଗ। ମାର୍ଚ୍ଚ ମାସରେ ସ୍ୱାଭାବିକଠାରୁ ୨ ରୁ ୩ ଦିନ ଅଧିକ ରହିବ ଗ୍ରୀଷ୍ମପ୍ରବାହ। ମାର୍ଚ୍ଚ ମାସରେ ସାଧାରଣତଃ ୪ ଦିନ ହିଟ୍‌ୱେଭ ହୋଇଥାଏ। ହେଲେ ଏ ବର୍ଷ ୭ରୁ ୮ ଦିନ ରହିବ ଗ୍ରୀଷ୍ମପ୍ରବାହ। ୩ ମାସ ଭିତରେ ସ୍ୱାଭାବିକଠାରୁ ୬ରୁ ୮ ଦିନ ଅଧିକ ରହିବ ହିଟ୍‌ୱେଭ। ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଇଥିବାବେଳେ ଆଗାମୀ ୪ରୁ ୫ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ। ତେଣୁ ଆସନ୍ତା ୫ ଦିନ ପାଗ ଶୁଖିଲା ରହିବା ସହ ଦିନରେ ଟାଣଖରା ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଗତ ୨୪ ଘଣ୍ଟାରେ ପାରଦ ଉପରମୁହାଁ ଥିବାବେଳେ ୧୫ଟି ସହରରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ସର୍ବାଧିକ ୩୭.୫ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଭୁବନେଶ୍ୱର ଓ କଟକରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବଲାଙ୍ଗୀରରେ ୨୮.୦୦ ଡିଗ୍ରୀ, ଝାରସୁଗୁଡାରେ ୩୮.୨ ଡିଗ୍ରୀ, ଭବାନୀପାଟଣାରେ ୩୭.୨ ଡିଗ୍ରୀ, ସୋନପୁର ୩୭.୭ ଡିଗ୍ରୀ, ସମ୍ବଲପୁରରେ ୩୭.୪ ଡିଗ୍ରୀ, ସୁନ୍ଦରଗଡ ୩୭.୫ ଡିଗ୍ରୀ, ଓ ହୀରାକୁଦରେ ୩୭.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Post Views: 57
Tags: The heat has increased since the beginning of March
Share197Tweet123Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In