• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

‘ମିଶନ ଶକ୍ତି ବନ୍ଦ ହେବା ନେଇ ମିଛ ପ୍ରଚାର କରୁଛି ବିଜେଡି’; ପ୍ରଭାତୀ ପରିଡ଼ା

by Voice of Victims
March 9, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ସୁଭଦ୍ରା ଟଙ୍କା: ମିଳିବ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି

ଭୁବନେଶ୍ୱର: ଓଡ଼ିଶାର ବିକାଶ କରିବା ପାଇଁ ରାଜ୍ୟର ମହିଳମାନେ ଏଥର ଭାଜପାକୁ ବାଛିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ, ଭାଜପା ଓଡ଼ିଶାରେ ସରକାର ଗଢ଼ିଲେ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ। ଦଳ ସରକାର ଗଠନ ପରେ ଏହି ପ୍ରତିଶ୍ରୁତି ପୂରଣ କରିଛି। ମାତ୍ର ୮ ମାସରେ ୧୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଦେଇଛି। ଏବେ ମିଶନ ଶକ୍ତି ବନ୍ଦ ହୋଇଯିବ ବୋଲି ବିଜେଡି ମିଛ ପ୍ରଚାର କରୁଛି। ମାତ୍ର ଏହି ମିଶନ ଶକ୍ତି ମହିଳାମାନଙ୍କୁ ନବୀନ ପଟ୍ଟନାୟକ ସରକାରରେ ଥିଲାବେଳେ ୩ ମାସର ଦରମା ନ ଦେଇ ରାଜରାସ୍ତାରେ ବସାଇଥିଲେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଅନୁଷ୍ଠିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ପ୍ରଭାତୀ କହିଛନ୍ତି, ନବୀନ କରିଥିବା ପାପକୁ ଧୋଇବା ପାଇଁ ଲକ୍ଷପତି ଦିଦି ଯୋଜନାରେ ମିଶନ ଶକ୍ତି ସଦସ୍ୟାଙ୍କୁ ୧୦ ମାସର ଦରମା ଦେବାକୁ ଘୋଷଣା କରିଛୁ। ବିଜେଡି ସବୁବେଳେ ଭୋଟବ୍ୟାଙ୍କ ପଲିଟିକ୍ସ କରୁଥିଲା। ୨୪ ବର୍ଷ ଧରି ଚକ୍ରାନ୍ତକରି ମହିଳଙ୍କୁ କେବଳ ଋଣ ଦେଇ ସୁଧ ଛାଡ଼ କରୁଥିଲା। ମାତ୍ର ଭାଜପା ସରକାରରେ ମହିଳାଙ୍କ ପାଇଁ ଋଣ ନୁହେଁ ପ୍ରୋତ୍ସାହନ ରାଶି ସ୍ବରୂପ ସୁଭଦ୍ରା ଯୋଜନାରେ ଅଦ୍ୟାବଧି ୧୦ ହଜାର କୋଟି ଟଙ୍କା ଦିଆଯାଇଛି। ସୁଭଦ୍ରା ଯୋଜନାର ସଫଳ ରୂପାୟନ, ଓଡ଼ିଶାର ମା’ ଭଉଣୀଙ୍କ ଉଦ୍ୟୋଗୀ ହେବାର ସ୍ବପ୍ନକୁ ମଧ୍ୟ ପୂରଣ କରିବ। ବିକଶିତ ଓଡ଼ିଶାର ଗଠନରେ ଏହି ଯୋଜନା ମୂଳପିଣ୍ଡ ହେବ। ଏହି ଯୋଜନା ପାଇଁ ୫ ବର୍ଷରେ ମୋଟ୍‌ ୫୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯିବ। ସୁଭଦ୍ରା ଯୋଜନା ଓଡ଼ିଶା ଇତିହାସରେ କାର୍ଯ୍ୟକାରୀ ହୋଇଥିବା ସବୁଠାରୁ ବୃହତ୍‌ ମହିଳା ସଶକ୍ତୀକରଣ ଯୋଜନା ଭାବେ ପରିଗଣିତ ହୋଇପାରିଛି। ପ୍ରଧାନମନ୍ତ୍ରୀ ନଁ। ନେଇଯିବା ଭୟରେ ବିଜେଡି ସରକାର ସମୟରେ ଲକ୍ଷପତି ଯୋଜନା କାର୍ଯ୍ୟକାରୀ କରେଇ ଦିଆଯାଉ ନ ଥିଲା ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ପୂର୍ବରୁ ଅନେକ ଥର ରାଜ୍ୟ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ମାତ୍ର ଏଥର ପ୍ରଥମ ଥର ପାଇଁ ଭାଜପା ରାଜ୍ୟରେ ଏକାକୀ ସରକାର ଗଠନ କରିବା ପରେ ଏହି ଦିବସ ପାଳନ କରୁଛି। ଭାଜପା ମହିଳାଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ଦଳରେ କାର୍ଯ୍ୟ କରିଥିବା ନାରୀନେତ୍ରୀମାନେ ଦେଶର ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ,ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ଭାଜପା ଶାସନରେ ବର୍ତ୍ତମାନର ମହିଳା ଉନ୍ନତି ପଥରେ ଅଗ୍ରସର ବୋଲି ସେ କହିଛନ୍ତି। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୨୦ ଜଣ ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀ ଉତ୍ତରୀୟ ଏବଂ ଫଳକ ଦେଇ ସମ୍ମାନିତ କରିଛନ୍ତି।

Post Views: 43
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In