• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗୃହରୁ ସସପେଣ୍ଡ ହେଲେ ତାରା ବାହିନୀପତି

by Voice of Victims
March 11, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଜୟନାରାୟଣଙ୍କୁ କାଉଣ୍ଟର କଲେ ତାରା, କହିଲେ ଏହା କ’ଣ ଓଡ଼ିଆ ଅସ୍ମିତାର…

ଭୁବନେଶ୍ବର: ଗୃହରୁ ସସପେଣ୍ଡ ହୋଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ ହେଲେ ତାରା। ତାଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ।

ସୂଚନା ମୁତବକ, ମଙ୍ଗଳବାର ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଗୃହରେ ଆରମ୍ଭ ହୋଇଥିଲା ତୁମ୍ବି ତୋଫାନ। ବିରୋଧୀ ଓ ଶାସକ ମଧ୍ୟରେ ଠେଲାପେଲା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରିକି ବିରୋଧୀ ଓ ଶାସକ ବିଧାୟକଙ୍କ ହାତାହାତି ଦୃଶ୍ୟ ମଧ୍ୟ ଆଜି ଦେଖିବାକୁ ମିଳିଥିଲା। ଗୃହରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ବିରୋଧ କରିଥିଲା ଶାସକ ବିଜେପି। ପ୍ରଶ୍ନକାଳ ସମୟରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଉତ୍ତର ରଖିବା ସମୟରେ ବିରୋଧୀ କଂଗ୍ରେସ ତାଙ୍କୁ କହିବାକୁ ବିରୋଧ କରିବା ସହିତ ତାଙ୍କ ମାଇକକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଓ କହିବାକୁ ଦେଇନଥିଲେ।

ମହିଳା ବାଚସ୍ପତିଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ତଥା ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି। ଅନ୍ୟପଟେ ସରକାରୀ ଦଳର ମୁଖ୍ୟ ସଚେତକ କଂଗ୍ରେସ ବିଧାୟକ ତାରା ବହିନୀପତିଙ୍କୁ ୭ ଦିନ ନିଲମ୍ବିତ କରିବାକୁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ବାଚସ୍ପତି ଗୃହୀତ କରିବା ସହ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରିଛନ୍ତି। ଅନ୍ୟପଟେ ଗୃହରେ ହଙ୍ଗମା ପାଇଁ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପରେ ଦୋଷ ଲଦିଥିଲେ ଉଭୟ କଂଗ୍ରେସ ଓ ବିଜେଡି ।

Post Views: 49
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In