• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସୃଷ୍ଟି ହେଲେ ୮ ଲକ୍ଷରୁ ଅଧିକ ଲକ୍ଷପତି ଦିଦି

by Voice of Victims
March 11, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ସୁଭଦ୍ରା ଯୋଜନାରେ ଯେଉଁମାନେ ଟଙ୍କା ପାଇନାହାନ୍ତି, ସେମାନେ ବ୍ୟାଙ୍କକୁ ଯାଆନ୍ତୁ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ସମଗ୍ର ରାଜ୍ୟରେ ଲକ୍ଷପତି ଦିଦି ଯୋଜନା ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ସମନ୍ୱୟ ଓ ସହଭାଗିତା ମାଧ୍ୟମରେ ବିଭିନ୍ନ ଜୀବନ ଜୀବିକା କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଏବଂ ସମସ୍ତ ହିତାଧିକାରୀମାନଙ୍କୁ ସେମାନଙ୍କର ଭୂମିକା ଓ ଦାୟିତ୍ୱ ବିଷୟରେ ସଚେତନ କରାଇବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଲେ ଯେ ରାଜ୍ୟ ସରକାରଙ୍କର ଏକ ଅଗ୍ରଣୀ କାର୍ଯ୍ୟକ୍ରମ “ଲକ୍ଷପତି ଦିଦି ଯୋଜନା”କୁ ଅଧିକ ସୁଦୃଢ଼ କରିବା ପାଇଁ, ଓଡ଼ିଶା ସରକାର “ଲକ୍ଷପତି ଦିଦି ସହାୟିକା ଯୋଜନା” ଘୋଷଣା କରିଛନ୍ତି, ଯାହା ମାଧ୍ୟମରେ ସମସ୍ତ କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍ (ସିଏସଏସ), ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ । ଯେହେତୁ କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍ (ସିଏସଏସ) ତୃଣମୂଳ ସ୍ତରରେ ଲକ୍ଷପତି ଦିଦି ଯୋଜନାକୁ ସଫଳ ରୂପେ କାର୍ଯ୍ୟକାରୀ କରି ଅଧିକରୁ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି ସୁନିଶ୍ଚିତ କରିବା ପାଇଁ ନିଯୁକ୍ତ ହୋଇଛନ୍ତି, ସେଥିପାଇଁ ସେମାନଙ୍କର କ୍ଷମତା ବୃଦ୍ଧି ଏବଂ ବୁଝାମଣା ସ୍ତରକୁ ଉନ୍ନତ କରିବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ, ସମସ୍ତ ସାମ୍ଭାବ୍ୟ ଲକ୍ଷପତି ଦିଦି ମାନଙ୍କୁ ଲକ୍ଷପତି ଦିଦି କରିବା ପାଇଁ ସମଗ୍ର ଓଡ଼ିଶାରେ ସମ୍ଭାବ୍ୟ ଲକ୍ଷପତି ଦିଦିମାନଙ୍କ ପାଇଁ ସ୍ଥାନୀୟ ପ୍ରଶିକ୍ଷଣ ଶିବିର ମାନ ଆୟୋଜନ କରାଯାଇଛି । ଏହି ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କର ବ୍ୟବସାୟ ବିକାଶ ଯୋଜନା (ବିଡିପି) ପ୍ରସ୍ତୁତ କରାଯାଉଛି । ଏହି କ୍ରମରେ ୨୦୨୪-୨୫ ମଧ୍ୟରେ ଲକ୍ଷ୍ୟ ହାସଲ କରିବା ପାଇଁ ମୋଟ ୧୬.୪୪ ଲକ୍ଷ ସମ୍ଭାବ୍ୟ ଲକ୍ଷପତି ଦିଦି (ପିଏଲଡି)ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ଏବଂ ୧୧ ଲକ୍ଷ ବ୍ୟବସାୟ ବିକାଶ ଯୋଜନା (ବିଡିପି) ପ୍ରସ୍ତୁତ କରାଯାଇଛି ।

ଲକ୍ଷପତି ଦିଦି ଯୋଜନାର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ, ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ଅଧିକରୁ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି ପାଇଁ ବର୍ତ୍ତମାନ ସୁଦ୍ଧା ୨୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍ (ସିଏସଏସ)ଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ଜିଲ୍ଲାସ୍ତରୀୟ ଷ୍ଟିଅରିଂ କମିଟିର ସମସ୍ତ ସଦସ୍ୟ, କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍, ସଫଳ ଲକ୍ଷପତି ଦିଦି, ପ୍ରଭାବଶାଳୀ ବ୍ୟକ୍ତିତ୍ଵ (ଇନଫ୍ଲୁଏନସର) ଏବଂ ବିଭାଗୀୟ ଅଧିକାରୀ ପ୍ରଭୃତିଙ୍କ ସମେତ ପ୍ରାୟ ୪୦୦୦ ଅଂଶଗ୍ରହଣକାରୀ ଏଇ ଜିଲ୍ଲାସ୍ତରୀୟ କର୍ମଶାଳାମାନରେ ଉପସ୍ଥିତ ଥିଲେ ।

Post Views: 46
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In