• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା; ପ୍ରଶ୍ନକାଳ ବୟକଟ୍ କଲେ ଗଣମାଧ୍ୟମ ପ୍ରତିନିଧି

by Voice of Victims
March 12, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା; ପ୍ରଶ୍ନକାଳ ବୟକଟ୍ କଲେ ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର: ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ବିଧାନସଭା ପ୍ରଶ୍ନକାଳରେ ଯେତେବେଳେ ମନ୍ତ୍ରୀମାନେ ବିଧାୟକମାନଙ୍କର ପ୍ରଶ୍ନର ଉତ୍ତର ରଖୁଛନ୍ତି, ସେହି ସମୟରେ ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା । ଗତକାଲିର ଘଟଣା ପରେ, ବୁଧବାର ସାମ୍ବାଦିକମାନେ ଯେତେବେଳେ ବିଧାନସଭା ପ୍ରଶ୍ନକାଳକୁ ପ୍ରସାରଣ କରିବାକୁ ବିଧାନସଭାରେ ପହଞ୍ଚିଥିଲେ, ସେହି ସମୟରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଲଫାପା ଦିଆଯିବା ସହିତ, ଏହି ଲଫାପାରେ ଫୋନ୍ ରଖି ପ୍ରେସ୍ ଗ୍ୟାଲେରୀକୁ ଯିବା ପାଇଁ କୁହାଯାଇଥିଲା । ଯାହା ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପ୍ରଶ୍ନକାଳକୁ ବୟକଟ୍ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଧାନସଭା ଭିତରେ ବିଧାୟକମାନଙ୍କର ମାରପିଟ୍ ହେବା ଭିଡିଓ ଭାଇରାଲ ହେଇଥିଲା । ଆଉ ଏହାପରେ ଆଜି ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା । ମଙ୍ଗଳବାର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହେଇଥିଲେ । ଏହାପରେ ଗୃହରେ ଆରମ୍ଭ ହେଇଯାଇଥିଲା ବିଧାୟକମାନଙ୍କର ଗଣ୍ଡଗୋଳ । ପରସ୍ପରକୁ ଧକ୍କା ଦେବା ସହିତ, ଗୃହରେ ହୋ ହଲ୍ଲା କରିଥିଲେ ବିଧାୟକ, ଯାହାର ଖବର ପ୍ରସାରଣ କରିଥିଲା ଗଣମାଧ୍ୟମ । ହେଲେ ଏହାପରେ ଆଜିର ଏ କଟକଣା ହେବା ଦ୍ୱାରା, ସାମ୍ବାଦିକମାନେ ପ୍ରଶ୍ନକାଳକୁ ବୟକଟ୍ କରିଛନ୍ତି । 

Post Views: 59
Share199Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In