• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏବେ ଫେରିବେନି ସୁନୀତା ୱିଲିୟମ୍ସ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚ ହୋଇପାରିଲାନି ରକେଟ୍

by Voice of Victims
March 13, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଏବେ ଫେରିବେନି ସୁନୀତା ୱିଲିୟମ୍ସ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚ ହୋଇପାରିଲାନି ରକେଟ୍

ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ବୁଚ ୱିଲମୋରଙ୍କର ଫେରିବା ଆଶା କ୍ଷୀଣ । ମହାକାଶରେ ୯ ମାସ ଧରି ଫସିଥିବା ସୁନୀତା ଏବଂ ୱିଲମୋର ଖୁବଶୀଘ୍ର ଫେରି ଆସିବା ନେଇ ଆଶା କରାଯାଉଥିଲା । ଦୁହିଁଙ୍କୁ ଫେରାଇ ଆଣିବାକୁ ଲଞ୍ଚ ହେବାକୁ ଥିବା ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ୍ ହୋଇଛି । ଲଞ୍ଚ ହେବାକୁ ମାତ୍ର ଗୋଟିଏ ଘଣ୍ଟା ପୂର୍ବରୁ ହାଇଡ୍ରୋଲିକ ସିଷ୍ଟମ ଫେଲ ହୋଇଯାଇଥିବାରୁ ରକେଟ୍ ଲଞ୍ଚକୁ ସ୍ଥଗିତ ରଖାଯାଇଛି । ଫଳରେ ସୁନୀତା ୱିଲିୟମ୍ସଙ୍କ ଫେରିବା ବିଳମ୍ବ ହେବ । ମାର୍ଚ୍ଚ ୧୬ରେ ସୁନୀତା ଓ ୱିଲମୋର ବୁଚ୍ ମହାକାଶରୁ ଫେରିଥାନ୍ତେ ।

୯ ମାସ ଧରି ମହାକାଶରେ ଫସି ରହିଥିବା ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ଫେରିବାର ଥିଲା । ହେଲେ ଏବେ ସେଥିରେ ବିଳମ୍ୱ ହୋଇଛି । ଯାନ୍ତ୍ରିକ ଅସୁବିଧା ଯୋଗୁଁ କ୍ରୁ-୧୦ର ଲଞ୍ଚକୁ ସ୍ଥଗିତ ରଖାଯାଇଛି । ନାସା କହିଛି ଯେ, ହାଇଡ୍ରୋଲିକ୍ ସିଷ୍ଟମରେ ସମସ୍ୟା ଯୋଗୁଁ କ୍ରୁ-୧୦ର ଉତକ୍ଷେପକୁ ସ୍ଥଗିତ ରଖିବାକୁ ପଡିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆଗ୍ରହୀ ଥିଲେ । ତେଣୁ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କୁ ବି ଦେଇଥିଲେ । ଟ୍ରମ୍ପ କିଛି ଦିନ ପୂର୍ବରୁ କହିଥିଲେ ଯେ, ବାଇଡେନ ସୁନୀତା, ୱିଲମୋରଙ୍କୁ ମହାକାଶରେ ଛାଡି ଦେଇଛନ୍ତି । ସେ ଏଲନ ମସ୍କଙ୍କ ସହ ଏ ବିଷୟରେ କଥା ହୋଇଛନ୍ତି ଶୀଘ୍ର ଫେରାଇ ଆଣିବାକୁ ଉଦ୍ୟମ କରିବେ । ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଏହି ଦିଗରେ କାମ କରିବା ଆରମ୍ଭ କରିଥିଲା । କ୍ରୁ-୧୦ ଲଞ୍ଚ କରିବାକୁ ଯାଉଥିଲା । ହେଲେ ଯାନ୍ତ୍ରିକ ତ୍ରୁଟି ହେତୁ ଏହାର ଲଞ୍ଚକୁ ପୁଣି ଥରେ ସ୍ଥଗିତ ରଖାଯାଇଛି । ନାସା ଅନୁଯାୟୀ, ଏବେ କ୍ରୁ-୧୦ର ପରବର୍ତ୍ତୀ ଉତକ୍ଷେପଣ ଗୁରୁବାର ୧୭ ମାର୍ଚ୍ଚରେ ହୋଇପାରେ ।

ସୂଚନାଯୋଗ୍ୟ, ଗତ ବର୍ଷ ଜୁନ୍ ୫ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିଲେ ସୁନୀତା ଏବଂ ବୁଚ୍ । ତାଙ୍କର ଗୋଟିଏ ସପ୍ତାହ ପରେ ଫେରିବାର ଥିଲା, କିନ୍ତୁ ବୋଇଂ ଷ୍ଟାରଲାଇନରରେ ସମସ୍ୟା ଯୋଗୁଁ ସେ ସେଠାରେ ଫସି ରହିଲେ ।

Post Views: 82
Share199Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In