• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏପ୍ରିଲ୍ ୨ରୁ ପ୍ରଥମ ଶ୍ରେଣୀ, ଶିଶୁ ବାଟିକା ନାମଲେଖା: ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜାଦୁଇ ପେଡ଼ି

by Voice of Victims
March 20, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ୬ବର୍ଷ ବୟସ ହେବା ଜରୁରୀ

ଭୁବନେଶ୍ୱର: ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକା ନିମନ୍ତେ ନାମଲେଖା ଆରମ୍ଭ ହେବ। ନାମ ଲେଖା ବୟସକୁ ୬ ବର୍ଷ ରଖାଯାଇଛି। ଏଥିପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ପିଲାଙ୍କ ପାଇଁ କାର୍ଯ୍ୟ ପୁସ୍ତିକା ଓ ଶିକ୍ଷକଙ୍କ ପାଇଁ ଶିକ୍ଷକ ସହାୟକ ପୁସ୍ତିକା ପ୍ରସ୍ତୁତ କରାଯାଇଛି। ଏହାକୁ ବିଦ୍ୟାଳୟରେ ବଣ୍ଟନ କରିବାକୁ ବ୍ୟବସ୍ଥା କରାଯାଇଛି।

୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ୫-୬ବର୍ଷ ବୟସର ପିଲାଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ଓ ପ୍ରକ୍ରିୟା ଆରମ୍ଭ କରିବାକୁ ବିଭାଗୀୟ କମିଶନର କମ୍‌ ସେକ୍ରେଟାରୀ ସାଲିନୀ ପଣ୍ଡିତ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ଜିଲାପାଳ, ଅଧ୍ୟକ୍ଷ ଏବଂ ସମଗ୍ର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱକୁ ଗୁରୁତ୍ୱ ଦିଆଯାଇ ‘ଶିଶୁ ବାଟିକା’ ନାମରେ ଏକ ଅତିରିକ୍ତ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

ଶିଶୁ ବାଟିକାରେ ପିଲାମାନେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢ଼ିବେ। ଟିଇ ଆଣ୍ଡ୍‌ ଏସ୍‌ସିଇଆର୍‌ଟି ଦ୍ୱାରା ବିକଶିତ ସମସ୍ତ ପୁସ୍ତକ ଏପ୍ରିଲ ୧ ସୁଦ୍ଧା ସମସ୍ତ ପିଲାଙ୍କୁ ଦିଆଯିବ। ସମସ୍ତ ଶିଶୁ ବାଟିକା ପିଲାଙ୍କୁ ଏକ କିଟ୍‌ ପ୍ରଦାନ କରାଯିବ। ଏହି କିଟ୍‌ରେ ସ୍କୁଲ ବ୍ୟାଗ ସହିତ ପାଠ୍ୟକ୍ରମ ଉପକରଣ ଅନ୍ତର୍ଭୁକ୍ତ ହେବ।

ଓଡ଼ିଶା ସରକାର ଆଗାମୀ ଶିକ୍ଷାବର୍ଷ ୨୦୨୬-୨୦୨୭ ମଧ୍ୟରେ ଜାତୀୟ ପାଠ୍ୟକ୍ରମ ଅନୁସାରେ ଏନ୍‌ସିଇଆରଟି ପୁସ୍ତକ ସହିତ ସମାନ୍ତରାଳ ଭାବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ଯୋଜନା କରିଛନ୍ତି। ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଶିଶୁ ବାଟିକା ଶ୍ରେଣୀ ଓ ପ୍ରଥମ ଶ୍ରେଣୀ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଦିବସ ପାଳନ କରାଯିବ। ଏଥିପାଇଁ ଯୋଗ୍ୟ ବିବେଚିତ ପରିବାରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଉଛି। ଏହି ଉତ୍ସବକୁ ପ୍ରତ୍ୟେକ ବିଦ୍ୟାଳୟରେ ଚାରି ଦିନବ୍ୟାପୀ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାଦୁଇ ପେଡ଼ି ଦିଆଯିବ। ଏହାକୁ ଏନସିଇଆରଟି ଦ୍ୱାରା ଜାତୀୟ ପାଠ୍ୟକ୍ରମ ଢାଞ୍ଚାରେ ବିକଶିତ କରାଯାଇଛି। ଏନେଇ ସଚେତନତା ବଢାଇବା ଏବଂ ଏନସିଏଫ-ଏସଏସର ପ୍ରତୀକ ଭାବେ ଏନସିଇଆରଟି ଦ୍ୱାରା ଇ-ଜାଦୁଇ ଆପ୍‌ ବିକଶିତ କରାଯାଇଛି। ଏଥିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳନା, ପଜଲ୍‌, କବିତା ପୋଷ୍ଟର, ଗପ କାର୍ଡ଼, ଚିତ୍ର କାର୍ଡ଼, ଶିକ୍ଷକ ତାରା, ଅଭିଭାବକ ତାରା ସଂଖ୍ୟାଜ୍ଞାନ ପାଇଁ ଶିକ୍ଷଣ ସାମଗ୍ରୀ କିଟ୍‌ ଇତ୍ୟାଦି ରହିଛି।

Post Views: 44
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In