• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କଟକରୁ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଜବାବ ଦେଲେ କେନ୍ଦ୍ର ରେଳମନ୍ତ୍ରୀ

by Voice of Victims
January 9, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କଟକରୁ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଜବାବ ଦେଲେ କେନ୍ଦ୍ର ରେଳମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୪ ଲୋକସଭା ନିର୍ବାଚନରେ କଟକରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି। କଟକରୁ ନିର୍ବାଚନ ଲଢ଼ିବା ନେଇ ଚାଲିଥିବା କଳ୍ପନାଜଳ୍ପନା ଉପରେ କେନ୍ଦ୍ରମନ୍ତ୍ରୀ ଏବେ ନୀରବତା ଭାଙ୍ଗିଛନ୍ତି। କେନ୍ଦ୍ରମନ୍ତ୍ରୀ କଟକରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଗାମୀ ନିର୍ବାଚନରେ ସେ କଟକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବେ ବୋଲି ଗମ୍ଭୀର କଳ୍ପନାଜଳ୍ପନା ଚାଲିଥିବାବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ତାଙ୍କ ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ସେ ତାହା କରିବେ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି, ଦଳର ଜଣେ ଶୃଙ୍ଖଳିତ କର୍ମକର୍ତ୍ତା ହିସାବରେ ମୋତେ ଯେଉଁ କାମ ଦିଆଯାଉଛି, ମୁଁ ତାହା ପୂରଣ କରୁଛି। ନିକଟରେ ଦଳ ମୋତେ ମଧ୍ୟପ୍ରଦେଶ ପଠାଇଥିଲା ଏବଂ ମୋତେ ଦିଆଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲି। ଶନିବାର କେନ୍ଦ୍ର ରେଳମନ୍ତ୍ରୀ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ପାଇଁ ଓଡ଼ିଶାରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ଦଳୀୟ ସାଙ୍ଗଠନିକ ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ଏହାବ୍ୟତୀତ ରବିବାର ବାବା ଧବଳେଶ୍ୱର ଗସ୍ତ କରିବା ପରେ ଆଠଗଡ଼ରେ ଦଳର କୋର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ସମ୍ବୋଧିତ କରି ସାଙ୍ଗଠନିକ କାର୍ଯ୍ୟକଳାପକୁ ସୁଦୃଢ଼ କରିଥିଲେ।

ଦଳର କୋର କମିଟି ବୈଠକରେ ଉଦବୋଧନ ଦେଇ ବୈଷ୍ଣବ କହିଛନ୍ତି, ୨୦୧୪ ପୂର୍ବରୁ ଓଡ଼ିଶା ଅବହେଳିତ ଥିଲା। ସେତେବେଳେ ୟୁପିଏ ସରକାର ରେଳବାଇର ବିକାଶ ପାଇଁ ଓଡ଼ିଶାକୁ ବାର୍ଷିକ ସର୍ବାଧିକ ୮୦୦ କୋଟି ଟଙ୍କା ଦେଇଥିଲେ, ଯେଉଁଥିରେ ମାତ୍ର ୫୦ କିଲୋମିଟର ନୂଆ ରେଳଲାଇନ ବିଛାଯାଇପାରିବ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର କ୍ଷମତାକୁ ଆସିବା ପରେ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ବାର୍ଷିକ ୪୫୦ କିଲୋମିଟର ନୂଆ ରେଳଲାଇନ ବିଛାଯାଉଥିବାବେଳେ ଏବେ ଓଡ଼ିଶାକୁ ୮୦୦ କୋଟି ପରିବର୍ତ୍ତେ ୧୦ ହଜାର କୋଟି ଟଙ୍କା ମିଳୁଛି।

Post Views: 168
Share199Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In