• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୨୭ ଜିଲ୍ଲାରେ ନାହିଁ ବାଲି ଚୋରା ମାମଲା: ଖଣି ମନ୍ତ୍ରୀ

by Voice of Victims
March 23, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
୨୭ ଜିଲ୍ଲାରେ ନାହିଁ ବାଲି ଚୋରା ମାମଲା: ଖଣି ମନ୍ତ୍ରୀ

ଭୁବନେଶ୍ୱର: ବାଲି ଚୋରା ଚାଲାଣ ମାମଲାରେ ବଡ ସୂଚନା ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । କେବଳ ମୟୂରଭଞ୍ଜ, କେନ୍ଦୁଝର ଓ ପୁରୀ ଜିଲ୍ଲାକୁ ବାଦ୍‌ ଦେଲେ ଆନ୍ତଃରାଜ୍ୟ ବାଲି ଚୋରି ସଂକ୍ରାନ୍ତୀୟ କୌଣସି ମାମଲା ଗତ ୩ ବର୍ଷରେ ବାକି ୨୭ ଜିଲ୍ଲାରେ ରୁଜୁ ହୋଇନାହିଁ । ତେବେ ରାଜଧାନୀ ଉପକଣ୍ଠ ସମେତ କଟକ, ବ୍ରହ୍ମପୁର, ଗଞ୍ଜାମ, କୋରାପୁଟ, ବାଲେଶ୍ୱର ଆଦି ଜିଲ୍ଲାରେ ବାଲି ଚୋରି ପ୍ରବଳ ମାତ୍ରାରେ ଚାଲିଛି । କେଉଁଠି ବାଲି ମାଫିଆ ସରକାରୀ ଅଧିକାରୀଙ୍କ ସହ ସଲାସୁତୁରା କରି ବେଧଡକ ବେପାର ଚଳାଉଛନ୍ତି ତ ଆଉ କେଉଁଠି ଅଫିସରଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି । ହେଲେ କାଗଜପତ୍ରରେ ଏସବୁ ଦେଖିବାକୁ ମିଳୁନାହିଁ ବୋଲି ସଦସ୍ୟ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ତଥ୍ୟ ଦେଇ ଆହୁରି କହିଛନ୍ତି ଯେ, ଗତ ୩ବର୍ଷ ମଧ୍ୟରେ କେବଳ ମୟୂରଭଞ୍ଜରେ ବାଲି ଚୋରି ସଂକ୍ରାନ୍ତରେ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି । କେନ୍ଦୁଝରରେ ଗତବର୍ଷ ୫ଟି ଏବଂ ପୁରୀରେ ଗୋଟିଏ ମାମଲା ରୁଜୁ ହୋଇଛି । ଏହି ତିନି ଜିଲ୍ଲାକୁ ବାଦ୍ ଦେଲେ ଏହି ତିନିବର୍ଷ ମଧ୍ୟରେ ଅନୁଗୋଳରେ ୩୪ଟି ଗାଡ଼ି ଜବତ ହୋଇଥିବାବେଳେ ବୌଦ୍ଧରେ ୧୪, ଦେବଗଡ଼ ଗୋଟିଏ, ଝାରସୁଗୁଡ଼ା ୩୯, କନ୍ଧମାଳ ୧୭, କେନ୍ଦୁଝର ୧୯୧, ନୟାଗଡ଼ ୫, ପୁରୀ ୫୮, ସମ୍ବଲପୁର ୨୬, ସୁବର୍ଣ୍ଣପୁର ୨ ଏବଂ ସୁନ୍ଦରଗଡ଼ରେ ୫୭ଟି ଗାଡ଼ି ଜବତ ହୋଇଛି ହେଲେ ।

Post Views: 59
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In