ଭୁବନେଶ୍ୱର: ‘ନବ ଦାସ ହତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି, ଯେଉଁମାନେ ଏହି ତଦନ୍ତକୁ ଠିକ୍ ଭାବେ କରିବାକୁ ଦେଉ ନାହାନ୍ତି । ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ । ସେଥିପାଇଁ ତଦନ୍ତକୁ ଦିଗହରା କରିବାରେ ଚାହୁଁଛନ୍ତି । ସରକାର ସ୍ପଷ୍ଟତାର ସହିତ ଆସି ତଦନ୍ତକୁ ଆଉ ଆଗକୁ ନେବା କଥା ।‘ ନବ ଦାସ ହତ୍ୟାକାଣ୍ଡ ତଦନ୍ତ ପ୍ରକ୍ରିୟାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।
ନବ ଦାସ ହତ୍ୟାକାଣ୍ଡରେ ପୂର୍ବର ତଦନ୍ତ ପ୍ରକ୍ରିୟାକୁ କାଠଗଡାକୁ ଟାଣିଲେ ଜୟନାରାୟଣ । ଲାଟ୍ରିନ ଭିତରୁ କାଗଜ ବାହାରିବା ଘଟଣାକୁ ଡ୍ରାମା କହିଲେ ଜୟନାରାୟଣ । ଲାଟ୍ରିନ ଭିତରୁ ତିନି ଦିନ ପରେ କାଗଜ ବାହାରିବ କି ବୋଲି ପ୍ରଶ୍ନ କରିଛନ୍ତି । ଏସବୁ ବେକାର କଥା କେବଳ ଡ୍ରାମା କରାଯାଉଛି, ସବୁ ପ୍ରସଙ୍ଗରେ ତଦନ୍ତ ହେବା କଥା ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।
