• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟର ୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ସେବା; ମନ୍ତ୍ରୀ ମୁକେଶ ମହାଲିଙ୍ଗ

by Voice of Victims
March 24, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ରାଜ୍ୟର ୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ସେବା; ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ବର: ରାଜ୍ୟରେ ଏବେ ବି ଅନେକ ଗ୍ରାମପଞ୍ଚାୟତ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଛି । ଏବେବି ୭୦୦ରୁ ଅଧିକ ପଞ୍ଚାୟତରେ ଇଣ୍ଟରନେଟ ସେବା ନଥିବା ନେଇ ଗୃହରେ ସୂଚନା ଦେଇଛନ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ୭୬୪ ଗ୍ରାମପଞ୍ଚାୟତରେ ଇଣ୍ଟରନେଟ୍ ସେବା ନାହିଁ । ୧୬୭ ବ୍ଲକର ୭୬୪ ଗ୍ରାମପଞ୍ଚାୟତରେ ମୋବାଇଲ୍ ଟାୱାର ନାହିଁ । ସର୍ବାଧିକ କନ୍ଧମାଳ ଜିଲ୍ଲାର ୧୦୬ ଟି ପଞ୍ଚାୟତରେ ଟାୱାର୍ ନାହିଁ ବୋଳଇ ମନ୍ତ୍ରୀ କହିଛନ୍ତି । ଜୁନ୍‌ ୨୦୨୫ ସୁଦ୍ଧା ବଳକା ୨,୧୯୨ଟି ଟାୱାର୍ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେିଛନ୍ତି ମନ୍ତ୍ରୀ ।

ସେହିପରି ପୂର୍ବରୁ ରାଜ୍ୟରେ ବିଭିନ୍ନ ଗାଁରେ ମୋବାଇଲ ସେବା ନେଇ ବିଧାନସଭାରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଗୃହକୁ କହିଥିଲେ, ଓଡ଼ିଶାର ମୋଟ ୫୧୧୬୭ଟି ଗାଁ ମଧ୍ୟରୁ ୨୬୦୩ଟି ଗାଁରେ ମୋବାଇଲ୍ ସଂଯୋଗ ନାହିଁ । ଓଡ଼ିଶା ସରକାରଙ୍କ ସମନ୍ୱୟରେ କେନ୍ଦ୍ରର ଡିଜିଟାଲ୍ ଭାରତ ନିଧି (ଡିବିଏନ) ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ସମସ୍ତ ଗାଁରେ ମୋବାଇଲ୍ ସଂଯୋଗ ଯୋଗାଇବା ପାଇଁ ପ୍ରାୟ ୪୨୧୦ଟି ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯେଉଁଥିରୁ ୨୫୭୨ଟି ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହୋଇଛି । ଜୁନ୍ ୨୦୨୫ ସୁଦ୍ଧା ଓଡ଼ିଶାରେ ସମସ୍ତ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Post Views: 60
Share198Tweet124Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In