ଓଡ଼ଗାଁ ୮/୪ (ଆଦର୍ଶ କୁମାର ପଟ୍ଟନାୟକ ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରେ ପୋଲିସ ପାଟ୍ରୋଲିଙ୍ଗ କରୁଥିବା ବେଆଇନ କଳା ମୁଗୁନି ପଥର ଫଟାଇବାକୁ ଉଦ୍ୟମ କରୁଥିବା ଖବର ପାଇ ଆଇଆଇସି ଅଭୟ ବେହେରାଙ୍କ ନିର୍ଦ୍ଦେଶରେ ଓଡ଼ଗାଁ ପୋଲିସ ଚଢ଼ାଉ କରିଥିଲା | ପୋଲିସ ବେଆଇନ ପଥର ଫୁଟା ଉଦ୍ୟମ କରୁଥିବା ବେଳେ ଟ୍ରାକ୍ଟର ସହିତ କମ୍ପ୍ରେସର ଜବତ କରିଛନ୍ତି।ଏବଂ ୩ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫମାନେ ହେଲେ କନ୍ଧମାଳ ଜିଲ୍ଲା ବାହୁନିଗାଁ ଥାନା ଝିଞ୍ଜିରିଙ୍ଗିଗୁଡା ଗୁବୁରାକୋଟିର ଦେବେନ୍ଦ୍ର ପରିଛା(୪୮), ଓଡ଼ଗାଁ ଥାନା ଜୟପୁର ମିଲୁ ପରିଡ଼ା(୨୦) ଏବଂ ଶିଆରିମାଳର ଡାକ/ମନୋଜ ନାୟକ(୪୦)।
ସୋମବାର ବିଳମ୍ବିତ ରାତିରେ ଓଡ଼ଗାଁ ପୋଲିସ ପାଟ୍ରୋଲିଙ୍ଗ କରିବା ବେଳେ ଖବର ପାଇ ବାହାଡ଼ାଝୋଲା ଫାଣ୍ଡି ନିକଟ ସିଆରିମାଳ ଗାଁ ଜଙ୍ଗଲରେ ପହଞ୍ଚି ଥିଲେ।ପଥର ଫୁଟାଇବା ପାଇଁ କମ୍ପ୍ରେସର ମାଧ୍ୟମରେ ପଥରରେ ହୋଲ୍ କରୁଥିବା କମ୍ପ୍ରେସର ଏବଂ ତା ସହିତ ଓଡି୨୫ଡି୫୫୯୪ ଟ୍ରାକ୍ଟର ଜବତ କରିଥିଲେ।୯୦/୨୦୨୫ରେ ଖଣିରୁ ବଣିଜ ଦ୍ରବ୍ଯ ବେଆଇନ ଉତ୍ତୋଳନ କରୁଥିବା ଅଭିଯୋଗରେ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଥିଲେ।
