• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କିଏ ‘ଗୁରୁ’ କିଏ ‘ଚେଲା’

by Voice of Victims
January 11, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କିଏ ‘ଗୁରୁ’ କିଏ ‘ଚେଲା’

ଏହା ନିଃସନ୍ଦେହ ଯେ ଉଭୟ ଲୋକପ୍ରିୟ । ଜଣେ ଆମ ଦେଶର ମୁଖିଆମାନେ ପ୍ରଧାନ ସେବକ ତ ଅନ୍ୟ ଜଣେ ଓଡିଶା ରାଜ୍ୟର ଦୀର୍ଘ ଅବଧିର ଶାସକ । ପୋଷାକ ପରିଧାନ କରିବାରେ ଜଣେ ସବୁବେଳେ ଟିପ୍‌-ଟପ୍ ରହୁଥିବା ବେଳେ ଅନ୍ୟ ଜଣକ କେବଳ ଟ୍ରାଉଜର, ପଞ୍ଜାବୀ ଓ ସ୍ଲିପର୍ ପିନ୍ଧିବାକୁ ଭଲ ପାଅନ୍ତି । ବିଭିନ୍ନ ଭଙ୍ଗି ଓ ଇଙ୍ଗିତ କରି ଅନର୍ଗଳ ଭାଷଣ ଦେବା ଜଣଙ୍କର ମୁଖ୍ୟ ପରିଚୟ ହୋଇଥିବାବେଳେ ଲିଖିତ ଭାଷଣକୁ ମୁଣ୍ଡ ନୁଆଁଇଁ ପଢିବା ଆର ଜଣଙ୍କର ସ୍ୱତନ୍ତ୍ରତା । ଆମ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆମ ରାଜ୍ୟର ଅତ୍ୟନ୍ତ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁଳନାତ୍ମକ ବିବରଣୀ ଆମକୁ କେବଳ ହତଚକିତ କରୁନାହିଁ ବରଂ ଏକ ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବାରେ ସକ୍ଷମ ହେଇଛି ।
କେବଳ ଭାରତବର୍ଷ ନୁହେଁ ବରଂ ସମଗ୍ର ପୃଥିବୀର ଜଣେ ପ୍ରଭାବଶାଳୀ ନେତା ହିସାବରେ ପରିଚିତ ମୋଦୀ ଦେଶର ସାଧାରଣ ଜନତାଙ୍କ ଭୋଟ ନିର୍ବାଚନରେ ହାତେଇବା ପାଇଁ ଯେଭଳି ଫନ୍ଦି, ଫିକର ବା କୈଶଳ ଆପଣେଇଛନ୍ତି ତାହା ଦେଖିଲେ ଦେଶର ପ୍ରଗତି ଯେ ଠିକ୍ ଭାବରେ ହେଉନାହିଁ ତାହା ବୁଝାପଡୁଛି । ଠିକ୍ ସେହିପରି ଭାବରେ ପାଞ୍ଚଥର ଶାସନଡୋରୀ ନିଜ ହାତରେ ରଖି ଓଡିଶା ମୁଖିଆ ନବୀନ ମଧ୍ୟ ପ୍ରଗତୀ ଆଳରେ ଯାହା କହୁଛନ୍ତି ତାହା ଡାହା ମିଛ ବୋଲି ଜଣାପଡିଲାଣି । ଦରଦାମ ନିୟନ୍ତ୍ରଣ ଓ ବେକାରୀ ଦୂର କରିବାରେ ଉଭୟ ଅସଫଳ । ପରିସଂଖ୍ୟାନ ଓ ଖାତା ଖତିୟାନରେ ଦେଖିଲେ ସବୁ ଠିକ୍ ଲାଗୁଥିଲେ ବି ମେଧାବୀଙ୍କୁ ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ସ୍ଥାନ ମିଳୁନାହିଁ ଓ ଗରିବ ଲୋକଟି ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ପାଇବାରେ ବିଫଳ । କିନ୍ତୁ ଶିକ୍ଷାନୀତି ପ୍ରଣୟନ କରିବା ଓ ସ୍ୱାସ୍ଥ୍ୟବୀମା କାର୍ଡ ବାଣ୍ଟିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ବହୁତ ଆଗୁଆ ।
ବିଭିନ୍ନ ଯୋଜନା ଆଳରେ ଲୋକଙ୍କୁ ଅକର୍ମା କରିବାର ଶ୍ରେୟ କିନ୍ତୁ ଉଭୟଙ୍କୁ ଯିବ । କାରଣ କେନ୍ଦ୍ରର ବିଭିନ୍ନ ଯୋଜନାକୁ ତାଳଦେଇ ରାଜ୍ୟ ମଧ୍ୟ ସେମିତି ଏକ ଯୋଜନା ନିଶ୍ଚିତ କରିଥିବେ ଏକଥାରେ କେହି ଦ୍ୱିମତ ହେବେନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ୱାନ୍ ନେସନ୍ ୱାନ ରାସନ୍‌” କାର୍ଡ ଆହ୍ୱାନ ଦେଇ ସେଇ ଜରିଆରେ ଲୋକଙ୍କୁ ମାଗଣା ରାସନ ବାଣ୍ଟୁ ଥିଲାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ସେଥିରୁ ବାଦ ନଯାଇ ବି.ପି.ଏଲ ଖାଉଟି କାର୍ଡ, ଜରିଆରେ ଲୋକଙ୍କୁ ରାସନ ବାଣ୍ଟୁଛନ୍ତି । ମହାମାରୀ କରୋନା ସମୟରେ ସେଥିରୁ ବହୁତ ଜଣ ଉପକୃତ ହେଇଛନ୍ତି ସତ ହେଲେ କିଛି ହିତାଧିକାରୀ ଗଳିଆ ବାଟ ଦେଇ ସେସବୁ ଯୋଜନାର ଫାଇଦା ନେଇଛନ୍ତି । ସ୍ୱାସ୍ଥ୍ୟ ବୀମା ପାଇଁ କେନ୍ଦ୍ର ସରକାର “ଆୟୁଷ୍ମାନ ଭାରତ’ ଯୋଜନା କରିଥିବାବେଳେ ରାଜ୍ୟ ସରକାର “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କରିଛନ୍ତି । ଏହି ଦୁଇ ଯୋଜନା ଜରିଆରେ କେତେ ଯେ ହରିଲୁଟ୍ ଚାଲିଛି ସେକଥା ମଧ୍ୟ କାହାକୁ ଅଛପା ନାହିଁ ।
କେନ୍ଦ୍ର ସରକାର କୃଷକ ମାନଙ୍କ ପାଇଁ “ପି.ଏମ କିଷାନ’ ଯୋଜନା କରିଥିବାବେଳେ ରାଜ୍ୟ ସରକାର ଠିକ୍ ସେଇଭଳି କାଳିଆ ଯୋଜନା କୃଷକ ମାନଙ୍କ ପାଇଁ କଲେ । ଯାହାଦ୍ୱାରା ଅନ୍ୟ ବୃତ୍ତିରେ ଥାଇ ମଧ୍ୟ କେବଳ ଚାଷ ଜମି ଥିବାରୁ ବିଭିନ୍ନ ନକଲି ହିତାଧିକାରି ସେଥିରୁ ଉପକୃତ ହେଲେ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ସୁଧାର ପାଇଁ କେନ୍ଦ୍ର ସରକାର “ପି.ଏମ ଶ୍ରୀ ସ୍କୁଲ୍‌’ ଯୋଜନା ଆରମ୍ଭ କରି ୧୪୫୦୦ ସ୍କୁଲ୍ କୁ ସେ ଯୋଜନା ରେ ଅନ୍ତର୍ଭୁକ୍ତ ପୂର୍ବକ ଏକ ଉନ୍ନତ ଭାରତ ପରିକଳ୍ପନା କଲେ । ଠିକ୍ ସେମିତି ଢଙ୍ଗରେ ରାଜ୍ୟ ସରକାର “ମୋ-ସ୍କୁଲ’ ଯୋଜନା ଆରମ୍ଭ କରି ବିକଶିତ ଓଡିଶାର ପରିକଳ୍ପନା ଆରମ୍ଭ କଲେ ।
କିନ୍ତୁ ଉଭୟ ଯୋଜନାରେ ଶିକ୍ଷା ବ୍ୟବସ୍ଥାର କେତେ ସଂସ୍କାର ହେଇଛି ଏବଂ ସୁଧାର ଆସିଛି ତାହା ସମୟ କହିବା । ଏବେ ନଗଦାନଗଦି ରାଜ୍ୟ ସରକାର କଲେଜ ନିର୍ବାଚନକୁ ପ୍ରଶୟ ନଦେଇ ସବୁ କଲେଜମାନଙ୍କରେ “ନୂଆ-ଓ, ଯୁବ ଓଡିଶା, ନବୀନ ଓଡିଶା ସେଲଫି୍ ପଏଣ୍ଟ‘ କରି ଯୁବ ଭୋଟରଙ୍କୁ ହାତେଇବାର କୈାଶଳ ଆପଣେଇଛନ୍ତି । ଠିକ୍ ସେତିକି ବେଳରୁ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ୟୁ.ଜି.ସି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋଥିବା ସେଲଫି୍ ପଏଣ୍ଟ କ୍ୟାମ୍ପସ୍‌ରେ କରିବାକୁ ବାଧ୍ୟ ବୋଲି ତାଗିଦ କଲେଣି । ଏଭଳି ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ମଧ୍ୟରେ ପ୍ରତିଯୋଗିତା ପୂର୍ବକ ବିଭିନ୍ନ ଯୋଜନା ତିଆରି କରି ଲୋକଙ୍କ ଉପରେ ଥୋପ୍ ପକାଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଆଗପଛ ହେଉଛନ୍ତି ସତ କିନ୍ତୁ ଏକାଭଳିଆ ଯୋଜନା ଉଭୟଙ୍କ ଉର୍ବର ମସ୍ତିଷ୍କରୁ ଆସୁଛି । ତେଣୁ ଯୋଜନା ପ୍ରଣୟନ କରିବାରେ କିଏ ଗୁରୁ କିଏ ଚେଲା ଠିକ୍ କରି ଆକଳନ କରିହେଉନି । ଉଭୟଙ୍କ ମଧ୍ୟରେ ଭିତିରି ବୁଝାମଣା ଥିବାରୁ ଗୁରୁ ଓ ଚେଲାଙ୍କୁ ଜନସାଧାରଣ ବାଛନ୍ତୁ ବୋଲି ଆମେ ଚାହୁଁଛୁ ।

କୈଳାସ ଚନ୍ଦ୍ର ଶତପଥୀ

Post Views: 103
Share202Tweet126Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In