• About Us
  • Contact Us
Thursday, April 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟରେ ଆହୁରି ତିନି ଦିନ ରହିବ କାଳବୈଶାଖୀ ପ୍ରଭାବ : ୨୩ରୁ ବଦଳିବ ପାଗ, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

by Voice of Victims
April 18, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର: ମାଡି ଆସିଲା କଳାହାଣ୍ଡିଆ ମେଘ  । ଦିନ ସୃଷ୍ଟି କଲା ସନ୍ଧ୍ୟାର ଭ୍ରମ  ।   କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ହାଲୁକା ବର୍ଷା   । ପବନ ବହିବା ସହ ହେଉଛି ବର୍ଷା   ।  କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨ ଘଣ୍ଟା  ପାଇଁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ   

କଟକ ଓ ଢେଙ୍କାନାଳ ଜିଲ୍ଲାକୁ ସତର୍କତା କରାଇଛନ୍ତି ପାଣିପାଗ ବିଭାଗ  । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ  ।   ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ  ।  କାଳବୈଶାଖୀ ପ୍ରଭାବରେ ଢେଙ୍କାନାଳରେ ପବନ ଓ ବର୍ଷା ଜାରି ରହିଛି   ।  ଗତକାଲି ମଧ୍ୟ ରାତିରୁ ବର୍ଷା ପବନ ଜାରି ରହିଛି । ତୁହାକୁ ତୁହା ବର୍ଷା ପବନ ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି  ।   ବିଜୁଳି ଘଡଘଡି ସହ ବର୍ଷା ପବନ ହେଉଛି  । ଗତକାଲି ରାତିରୁ ବର୍ଷା ପବନ ପ୍ରଭାବରେ ବିଦ୍ୟୁତ ସରବରାହ ବନ୍ଦ ରହିଛି  l

ସେପଟେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଆଜି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ପାଣିପାଗ ବିଭାଗ । କେତେକ ସ୍ଥଳରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । କିଛି ଦିନ ହେଲା ଅସହ୍ୟ ଗରମ ଲାଗି ରହିଥିବା ବେଳେ କାଳବୈଶାଖୀ ବର୍ଷା ଗରମରୁ ଆଶ୍ବସ୍ତି ଆଣିବ । ଏଥିସହ ରାଜ୍ୟରେ ଆହୁରି  ୩  ଦିନ ଯାଏ  କାଳବୈଶାଖୀ ବର୍ଷା ଜାରି ରହିବ  ।

୨୨  ତାରିଖ  ଯାଏଁ  ବର୍ଷାର ସତର୍କତା ରହିଥିବା ବେଳେ ୨୩ ବେଳକୁ ପାଗରେ ପରିବର୍ତ୍ତନ ହେବ ବୋଲି କହିଛି ପାଣିପାଗ ବିଭାଗ । ତେବେ ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ଟ୍ରପ ଲାଇନ୍ ବା ନିମ୍ନ ଚାପ ରେଖା ସକ୍ରିୟ ରହିଛି  । ଫଳରେ  ବର୍ଷା ହେଉଛି  ।  ଆଗାମୀ ତିନିଦିନ ହାଲକାରୁ ମଧ୍ୟମ  ଧରଣର ବର୍ଷା  ଅଧିକାଂଶ  ସ୍ଥାନରେ ହେବାକୁ ଥିବା ବେଳେ ୨ ଦିନ ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା  ବଢିବ  ବୋଲି ବିଭାଗ ଆକଳନ କରିଛି , ଅର୍ଥାତ ପୁଣି ରାଜ୍ୟରେ  ଅସହ୍ୟ ତାତିର ଅନୁଭବ ହେବ । 

Post Views: 46
Share197Tweet123Send
Voice of Victims

Voice of Victims

Recent Posts

  • ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ
  • ଇଭିଏମ୍ ଟ୍ୟାମ୍ପରିଂ ହୋଇଥିଲେ, ପୁଣିଥରେ ହେବ ମତଦାନ
  • କେନ୍ଦୁଝରରେ ଇ-ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଆଇପିଏସ ଅଜୟ ପାଲ ଶର୍ମାଙ୍କୁ କଲିକତା ହାଇକୋର୍ଟରୁ ଆଶ୍ବସ୍ତି, ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ
  • ବଦଳିଲା ପାନ୍ କାର୍ଡ ନିୟମ ; ନମାନିଲେ ଦେବେ ୧୦ ହଜାର ଜରିମାନା!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In