ଭୁବନେଶ୍ୱର : ରାଜ୍ୟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଉ ଏକ ବାଟାଲିଅନ ହେବ । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମଞ୍ଜୁରି ମିଳିଛି । ନୂଆ ବାଟାଲିଅନ ପାଇଁ ମୋଟ୍ ୧୦୪୦ଟି ପଦବୀ ସୃଷ୍ଟି ହେବ ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ରାଜ୍ୟରେ OISFର ଗୋଟିଏ ବାଟାଲିଅନ ଅଛି ।
