• About Us
  • Contact Us
Thursday, April 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା; ଖୁବଶୀଘ୍ର ଆସିବ ଫାଇନାଲ ରିପୋର୍ଟ

by Voice of Victims
April 28, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ନବ ଦାସ ହତ୍ୟା ଘଟଣାର ହେବ ସାନି ତଦନ୍ତ; ବିଧାନସଭାରେ ଆଇନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସୂଚନା ଦେଲେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି ଯେ, ଅନ୍ତରୀଣ ଚାର୍ଜସିଟ ବଳରେ ମାମଲାର ବିଚାର ଚାଲିଛି ଏବଂ ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି । ଗୋପାଳ ଦାସଙ୍କ ଫୋନ୍ କଲ୍ ଡିଟେଲରୁ ମିଳିଥିବା ସୂଚନା ଆଧାରରେ ଆମେ ଅନ୍ୟ ବ୍ୟକ୍ତିଙ୍କୁ ଜେରା କରୁଛୁ । ଖୁବ୍‌ଶୀଘ୍ର ଫାଇନାଲ ରିପୋର୍ଟ ଦାଖଲ ହେବା ନେଇ ଆଜି ଡିଜି ସୂଚନା ଦେଇଛନ୍ତି ।

ଦୁଇ ଦିନ ପୂର୍ବେ ଅର୍ଥାତ୍ ଶନିବାର ଦିନ କ୍ରାଇମ୍‌ବ୍ରାଞ୍ଚ ଏଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ଅଭିଯୁକ୍ତ ଗୋପାଳଙ୍କ ଘରକୁ ଯାଇଥିଲା । ସେଠାରେ ସେ ତାଙ୍କ ପତ୍ନୀ ଜୟନ୍ତୀ ଦାସଙ୍କୁ ଜେରା କରିଥିବା ବେଳେ, ଗୋପାଳଙ୍କ ଚିକିତ୍ସା କରୁଥିବା ମାନସିକ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ପଚରାଉଚରା କରିଥିଲା । ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କୁ ଜେରା କରାଯାଇ ବୟାନ ରେକର୍ଡ କରାଯାଇଛି । ଏହି ମାମଲାରେ ଅଧିକ ତଦନ୍ତ କ୍ରାଇମବ୍ରାଞ୍ଚ ଜାରି ରଖିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

ସେ ଆହୁରି କହିଛନ୍ତି ଯେ, ୨୪ ତାରିଖରୁ ବିଭିନ୍ନ ଲୋକଙ୍କୁ ଡାକି ଜେରା କରାଯାଉଛି । ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ ତା’ର କଲ ଡିଟେଲ ରେକର୍ଡ ବାହାର କରି ଜଣକ ପରେ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଜେରା କରୁଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ କ୍ରାଇମ୍‌ବ୍ରାଞ୍ଚ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।

Post Views: 56
Share200Tweet125Send
Voice of Victims

Voice of Victims

Recent Posts

  • ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ
  • ଇଭିଏମ୍ ଟ୍ୟାମ୍ପରିଂ ହୋଇଥିଲେ, ପୁଣିଥରେ ହେବ ମତଦାନ
  • କେନ୍ଦୁଝରରେ ଇ-ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଆଇପିଏସ ଅଜୟ ପାଲ ଶର୍ମାଙ୍କୁ କଲିକତା ହାଇକୋର୍ଟରୁ ଆଶ୍ବସ୍ତି, ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ
  • ବଦଳିଲା ପାନ୍ କାର୍ଡ ନିୟମ ; ନମାନିଲେ ଦେବେ ୧୦ ହଜାର ଜରିମାନା!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In