• About Us
  • Contact Us
Thursday, April 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

IPS ସ୍ତରରେ ଖୁବଶୀଘ୍ର ଅଦଳବଦଳ ! ଆଜି ଅବସର ନେବେ ଜେଲ ଡିଜି ଅରୁଣ କୁମାର ରାୟ

by Voice of Victims
April 30, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
IPS ସ୍ତରରେ ଖୁବଶୀଘ୍ର ଅଦଳବଦଳ ! ଆଜି ଅବସର ନେବେ ଜେଲ ଡିଜି ଅରୁଣ କୁମାର ରାୟ

ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ଆଇପିଏସ୍ ସ୍ତରରେ ଖୁବଶୀଘ୍ର ହୋଇପାରେ ଅଦଳବଦଳ। ଆଜି ଅବସର ନେବେ ଜେଲ ଡିଜି ଅରୁଣ କୁମାର ରାୟ। ୧୯୮୮ ବ୍ୟାଚର ଆଇପିଏସ୍ ଅରୁଣ କୁମାର ରାୟ । ସେହିପରି ଜୁନ୍ ମାସରେ ଅବସର ନେବେ ୧୯୮୯ ବ୍ୟାଚର ଆଇପିଏସ୍ ଅଧିକାରୀ ଏସ.ଏମ୍.ନର୍ଭାଣେ । ନିକଟରେ ଡିଜି ରାଙ୍କର ଅଫିସର ସୁଶାନ୍ତ ନାଥ କେନ୍ଦ୍ରୀୟ ଡେପୁଟେସନରୁ ଫେରି ଓଡିଶା ସରକାରରେ ଯୋଗ ଦେଇଛନ୍ତି । କିନ୍ତୁ ଏବେସୁଦ୍ଧା ତାଙ୍କୁ ନୂଆ ପଦବୀ ମିଳିନାହିଁ । ଏଭଳିସ୍ଥିତିରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି ଅରୁଣ କୁମାର ରାୟଙ୍କ ସ୍ଥାନ ନେବେ କି ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥ । ନା ଡିଜି ରାଙ୍କରେ ଥିବା ଅଫିସରଙ୍କ ମଧ୍ୟରେ ହୋଇପାରେ ଅଦଳବଦଳ ।

ପୋଲିସ ଡିଜି ରାଙ୍କରେ ଏବେ ଅଛନ୍ତି ଆଇପିଏସ୍ ଅଧିକାରୀ ସୁଧାଂଶୁ ଷଡଙ୍ଗୀ, ସୁଶାନ୍ତ ନାଥ, ବିନୟତୋଷ ମିଶ୍ର, ଆରପି କୋଚେ। ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ୍ ସୁଧାଂଶୁ ଷଡଙ୍ଗୀ । ସେ ଏବେ ଅଗ୍ନିଶମ, ହୋମଗାର୍ଡ ଡିଜି ଅଛନ୍ତି । ସିଭିଲ ଡିଫେନ୍ସର ନିର୍ଦ୍ଦେଶକ ମଧ୍ୟ ସେ ଅଛନ୍ତି । ୧୯୯୩ ବ୍ୟାଚର ଆଇପିଏସ୍ ଅଫିସର ସୁଶାନ୍ତ ନାଥ । ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି । ୧୯୯୩ ବ୍ୟାଚର ଆଇପିଏସ୍ ଅଫିସର ହେଲେ ବିନୟତୋଷ ମିଶ୍ର । ଏବେ ସେ ସିଆଇଡି କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଛନ୍ତି । ୧୯୯୩ ବ୍ୟାଚର ଆଇପିଏସ୍ ଅଧିକାରୀ ଆରପି. କୋଚେ । ଏବେ ସେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ଖୁବଶୀଘ୍ର ଡିଜି ରାଙ୍କରେ ଅଦଳବଦଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Post Views: 81
Share198Tweet124Send
Voice of Victims

Voice of Victims

Recent Posts

  • କାଶୀନାଥଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ
  • ସ୍ୱାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ !
  • କ୍ୟାଟ ବାର ଆସୋସିଏସନ, କଟକ ତରଫରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
  • ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
  • ମହିଳା ସଂରକ୍ଷଣକୁ ନେଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In