• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟକୁ ପୁଣି ଫେରିବ ତାତି, ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ତାପମାତ୍ରା !

by Voice of Victims
May 4, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ମୌସୁମୀର ଆଗମନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ: ସିଇସି

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଫଳରେ ତାତିରେ ଲାଗିଛି ବ୍ରେକ। ଲୋକେ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ହେଲେ ଏବେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ରାଜ୍ୟକୁ ପୁଣି ଫେରିବ ପ୍ରବଳ ଗ୍ରୀଷ୍ମ ପ୍ରବାହ। ୭ ତାରିଖ ପରେ ୨ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ଅସମ୍ଭାଳ ତାତି ଅନୁଭବ ହେବ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆହୁରି ୪ ଦିନ କାଳବୈଶାଖୀର ତାଣ୍ଡବ ଜାରି ରହିବ। ଆଗାମୀ ୭ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା। ଆଜି ପାଇଁ ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ,ଗଞ୍ଜାମ, ଗଜପତିରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଥିବା ବେଳେ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ କୁଆପଥର ବର୍ଷା ସମ୍ଭାବନା ଦେଇଛି ବିଭାଗ। ଆସନ୍ତା ୫ ମେ ପାଇଁ ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶା କାଳବୈଶାଖୀ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହେଇଛି। ୬ ମେ’ରେ ମଧ୍ୟ ଅଧା ଓଡ଼ିଶା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ହେଲେ ଏହା ପରେ ପୁଣି ଫେରିବ ତାତି। ପ୍ରଚଣ୍ଡ ଖରା ହେବ। ଅସହ୍ୟ ଗରମରେ ଜଳିବ ଓଡିଶା।

Post Views: 60
Share197Tweet123Send
Voice of Victims

Voice of Victims

Recent Posts

  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ
  • 1984 ମସିହା ISc ବ୍ୟାଚର ବନ୍ଧୁ ମିଳନ
  • ବାଲେଶ୍ବରବାସୀଙ୍କ ପାଇଁ ଖୁସିର ଖବର, ଡପ୍ଲର ରାଡାରର କାର୍ଯ୍ୟ ଶେଷ ପର୍ଯ୍ୟାୟରେ
  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In