• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମିଛୁଆ ସେବାୟତଙ୍କ ଉପରେ ସରକାର କେବେ ହେବ କାର୍ଯ୍ୟାନୁଷ୍ଠାନ ?

by Voice of Victims
May 6, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦ; ୭ ଦିନ ଭିତରେ ଜବାବ ନ ଦେଲେ କଣ ହେବ ରାମକୃଷ୍ଣଙ୍କ ଭାଗ୍ୟ ?

ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୀଘାରେ ନିକଟରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରର ବିଗ୍ରହ ଓ ‘ଜଗନ୍ନାଥ ଧାମ’ ଭାବେ ଏହାର ନାମକରଣକୁ ନେଇ ବିବାଦ ଓ ଆରୋପ ପ୍ରତ୍ୟାରୋପ ଜୋର୍‌ ଧରିଛି। ଗୋଟିଏ ପଟେ ଜଗନ୍ନାଥ ମନ୍ଦିର ନାଁ ‘ଜଗନ୍ନାଥ ଧାମ’ ରଖାଯାଇଥିବାକୁ ନେଇ ବିବାଦ ଉଗ୍ର ହୋଇଥିବା ବେଳେ ସେହି ବିବାଦର ନିଆଁରେ ଆଉ ଟିକିଏ ଘିଅ ଢାଳିଥିଲେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ।

ନବକଳେବର ବଳକା ଦାରୁରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ହୋଇଛି ବୋଲି ମିଛ କହି ଫସିଛନ୍ତି ରାମକୃଷ୍ଣ ଦାସମହାପାତ୍ର । ତେବେ ମିଛୁଆ ସେବାୟତଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?  ନବକଳେବର ଦାରୁକୁ ନେଇ ଏତେ ବଡ଼ ମିଛ କଥା କିପରି କହିପାରିଲେ ସେବାୟତ ? ନା ତାଙ୍କୁ କହିବାକୁ କୁହାଯାଇଥିଲା ? ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ଅବଗତ ଥାଇ ମଧ୍ୟ ଶ୍ରୀ ଦାସମହାପାତ୍ର ଏଭଳି ବୟାନ ଦେବା କେତେ ଦୂର ଠିକ୍ ? କେଉଁ ସ୍ବାର୍ଥରେ ଯାଇଥିଲେ ଦୀଘା ?  ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କ୍ଷତି ପହଞ୍ଚାଇବାକୁ କିଏ ଦେଲା ଅଧିକାର ? ବେଙ୍ଗୋଲି ଗଣମାଧ୍ୟମକୁ ରାମକୃଷ୍ଣ ଭୁଲ୍ ରେ ନବକଳେବର ଦାରୁ କଥା କହିଥିଲେ ନା ଜାଣିଶୁଣି କହିଥିଲେ ଯାହାକୁ ନେଇ ବିଭିନ୍ନ ପ୍ରଶ୍ନକୁ ଉତ୍ତର ପାଇଁ ଏବେ ସାରା ଓଡ଼ିଶାବାସୀ ଓ ଜଗନ୍ନାଥ ପ୍ରେମୀ ଅପେକ୍ଷା କରି ବସିଛନ୍ତି  ।

ସୂଚନା ଯୋଗ୍ୟ; ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ ରାମକୃଷ୍ଣ ଦାସମହାପାତ୍ର । ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ବଳକା ଦାରୁରେ ନିର୍ମିତ ମୂର୍ତ୍ତି ଦୀଘା ମନ୍ଦିରକୁ ପ୍ରଦାନ କରିଥିବା ସେ ବଙ୍ଗୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ଅଭିଯୋଗ ହୋଇଥିଲା । ପରେ ଓଡ଼ିଶା ଗଣମାଧ୍ୟମରେ ସେ ଏହାକୁ ଖଣ୍ଡନ କରିଥିବା ସହ ଅନ୍ୟ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ନେଇ ନିଜେ ତାକୁ ପ୍ରତିଷ୍ଠା କରିଥିବା କହିଥିଲେ ।

ଏହି ବିବାଦ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁଣ୍ଣ କରିବା ଅଭିଯୋଗରେ ରାମକୃଷ୍ଣଙ୍କୁ କୈଫିୟତ୍ ତଲବ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ  ଜେରା କରାଯାଇଥିଲା।

Post Views: 44
Share199Tweet124Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In