ରଣପୁର, ୪/୫: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଚାଲିଥିବା ଚାଇଲଡ଼ି ଟ୍ରାକିଙ୍ଗ ସର୍ଭେ (CTS) କାର୍ଯ୍ୟର ବ୍ୟବସ୍ଥାପନା ଓ ପ୍ରଗତିକୁ ନିଜେ ଘୁରି ଦେଖିଲେ ରାଜ୍ୟ ସରକାରଙ୍କ ଯୁଗ୍ମ ନିର୍ଦ୍ଦେଶିକା ରାଜଶ୍ରୀ ପଟ୍ଟନାୟକ | ଏହି ପରିଦର୍ଶନ ସମୟରେ ନୟାଗଡ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା ଓ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମଧ୍ୟ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳରେ ହେଉଥିବା ସର୍ଭେ କାର୍ଯ୍ୟକୁ ନିରୀକ୍ଷଣ କରିଥିଲେ |

ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ ଏହି ବିଷୟରେ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସହିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ସେମାନେ ଏହି କାର୍ଯ୍ୟକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସଂପର୍କିତ ଉଦ୍ୟମ ବୋଲି ବିବେଚନା କରି ସମ୍ପୂର୍ଣ୍ଣ ସହଯୋଗ ଦେବା ପ୍ରତିଶ୍ରୁତି ଦେଇଛନ୍ତି |

ସର୍ଭେ ମାଧ୍ୟମରେ ବିଦ୍ୟାଳୟରୁ ବିଚ୍ଛିନ୍ନ ହୋଇଥିବା ଶିଶୁମାନଙ୍କ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ପୁଣି ପାଠପଢ଼ି ଆଣିବା ପାଇଁ ପ୍ରୟାସ ଚାଲିଛି। ଏହି କାର୍ଯ୍ୟରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ନିୟୋଜିତ ହୋଇଛନ୍ତି | ସେମାନେ ଘରକୁ ଘରକୁ ବୁଲି ତଥ୍ୟ ସଂଗ୍ରହ କରି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସର୍ଭେ କରୁଛନ୍ତି |
