• About Us
  • Contact Us
Friday, May 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ : ଇସ୍କନ ମାୟାପୁରୀକୁ ଚିଠି ଲେଖିଲେ ପୁରୀ ଗଜପତି

by Voice of Victims
May 7, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା

 ପୁରୀ : ଇସ୍କନ ମାୟାପୁରୀକୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଚିଠି ।  ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଇସ୍କନ ମାୟାପୁରକୁ ଚିଠି ଲେଖି ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।  ଇସ୍କନ ପରିଚାଳନା ମୁଖ୍ୟ ମାୟାପୁରର ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତି ଗଜପତି ।  ଦୀଘା ଜଗନ୍ନାଥ ମନ୍ଦିରକୁ ଶ୍ରୀଜଗନ୍ନାଥ ଧାମ ନାମରେ ଉଲ୍ଲେଖ କରାଯାଉଛି ।

ଏହା ଜଣାପଡ଼ିଛି ଯେ ଦୀଘା ଜଗନ୍ନାଥ ମନ୍ଦିରରେ ଇସ୍କନର ପ୍ରତିନିଧିମାନେ ମନ୍ଦିର ଟ୍ରଷ୍ଟ ବୋର୍ଡରେ ଟ୍ରଷ୍ଟି ଭାବେ ନିଯୁକ୍ତ ହୋଇଛନ୍ତି ।  ଏହାସହ ଇସ୍କନର ପ୍ରତିନିଧିମାନଙ୍କ ତତ୍ତ୍ବାବଧାନରେ ଦୀଘା ଜଗନ୍ନାଥ ମନ୍ଦିରର ସେବାପୂଜା ଅନୁଷ୍ଠିତ ହେଉଛି ।  ଶ୍ରୀକ୍ଷେତ୍ର ବ୍ୟତୀତ ଆଉ କୌଣସି ସ୍ଥାନ କିମ୍ବା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଉଚିତ ନୁହେଁ ।

ସନାତନ ବୈଦିକ ଧର୍ମର ସର୍ବୋଚ୍ଚ ଧାର୍ମିକ ଅଧିକାରୀ ହେଉଛନ୍ତି ପରମ ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ।  ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଓ ଯୋଶୀ ମଠର ଶଙ୍କରାଚାର୍ଯ୍ୟ ପୁରୀକୁ ହିଁ ଜଗନ୍ନାଥ ଧାମ ବୋଲି ସ୍ପଷ୍ଟ କରିଛନ୍ତି ।  ସେହିପରି ମୁକ୍ତିମଣ୍ଡପ ପଣ୍ଡିତ ସଭା କହିଛନ୍ତି ଦୀଘାର ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଭାବରେ ନାମିତ କରାଯାଇପାରିବ ନାହିଁ ।

ଶ୍ରୀଜଗନ୍ନାଥ ଧାମ, ଶ୍ରୀ ପୁରୁଷୋତ୍ତମ ଧାମ ବା କ୍ଷେତ୍ର, ଶ୍ରୀକ୍ଷେତ୍ର ଏବଂ ଶ୍ରୀ ନୀଳାଚଳ ଧାମ ପରି ନାମକରଣ କେବଳ ପୁରୀରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କର ମୂଳ ପୀଠକୁ ବୁଝାଏ ।  ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିର ପାଇଁ ଏହା ବ୍ୟବହାର ହୋଇପାରିବ ନାହିଁ ।  ଇସ୍କନ କର୍ତ୍ତୃପକ୍ଷ ଏନେଇ ଆବଶ୍ଯକ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଗଜପତି ମହାରାଜ ଉଲ୍ଲେଖ କରିଛନ୍ତି ।

Post Views: 54
Share200Tweet125Send
Voice of Victims

Voice of Victims

Recent Posts

  • କାଶୀନାଥଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ
  • ସ୍ୱାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ !
  • କ୍ୟାଟ ବାର ଆସୋସିଏସନ, କଟକ ତରଫରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
  • ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
  • ମହିଳା ସଂରକ୍ଷଣକୁ ନେଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In