• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବୃନ୍ଦାବନପୁର ପୂଜ୍ୟପୂଜା ସଂସଦ ତରଫରୁ ଶୀତଳଷଷ୍ଠୀ ଉତ୍ସବ ପାଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

by Voice of Victims
June 1, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବୃନ୍ଦାବନପୁର ପୂଜ୍ୟପୂଜା ସଂସଦ ତରଫରୁ ଶୀତଳଷଷ୍ଠୀ ଉତ୍ସବ ପାଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରଣପୁର(ଭିଓଭି): ପବିତ୍ର ଶୀତଳଷଷ୍ଠୀ ଓ ଦିଅଁବିଭା ଅବସରରେ ବୃନ୍ଦାବନପୁର ପୂଜ୍ୟ ପୂଜା ସଂସଦ ଆନୁକୁଲ୍ୟରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଗ୍ରାମର ବରିଷ୍ଠ ବ୍ୟକ୍ତି ସୁରେଶ ଚନ୍ଦ୍ର ମିଶ୍ର, କିଶୋର ଚନ୍ଦ୍ର ମିଶ୍ର, ଜଗବନ୍ଧୁ ରଥ, ଗୋପାଳ କୃଷ୍ଣ ରଥ ଓ ବିରଞ୍ଚି ନାରାୟଣ ରଥ ପ୍ରମୁଖଙ୍କୁ ସପତ୍ନୀକ ସେମାନଙ୍କର କର୍ମମୟ ଓ ସାମାଜିକ ଜୀବନର ଅବଦାନ ସ୍ମୃତିକୁ ରୋମନ୍ଥନ କରି ମାନପତ୍ର ପ୍ରଦାନ ପୂର୍ବକ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା।

ହରପ୍ରସାଦ ମହାପାତ୍ର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇଥିବାରୁ ତାଙ୍କୁ ସମ୍ମାନୀତ କରାଯିବା ସହିତ ପଞ୍ଚାୟତର ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସଫଳ ତିନି ଜଣ ବିଦ୍ୟାର୍ଥୀ ପାପାଲି ପରିଡା, ଅଞ୍ଜଳି ରଣା ଓ କାହ୍ନା ସାହୁଙ୍କୁ ଭଏସ୍ ଅଫ୍ ଭିକ୍ଟିମ୍ସ ଟ୍ରଷ୍ଟ ତରଫରୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭା କାର୍ଯ୍ୟକୁ ଅନୁଷ୍ଠାନର ସଭାପତି ରାମ ଚନ୍ଦ୍ର ମିଶ୍ର ପରିଚାଳନା କରିଥିବା ବେଳେ ସମ୍ପାଦକ ଉପେନ୍ଦ୍ର ଚନ୍ଦ୍ର ରଥ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ପରବର୍ତ୍ତୀ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ।

ବରିଷ୍ଠ ସଦସ୍ୟ ପ୍ରସନ୍ନ କୁମାର ରଥ ସଭା କାର୍ଯ୍ୟ ସଞ୍ଚାଳନ କରିଥିବା ବେଳେ ଗ୍ରାମର ସବୁଠାରୁ ବୟୋବୃଦ୍ଧ ଦେବରାଜ ରଥ ମୁଖ୍ୟଅତିଥି ଭାବେ ସମସ୍ତଙ୍କୁ ସାର୍ଟିଫିକେଟ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ ସହ ଆଶୀର୍ବାଦ ପ୍ରଦାନ କରିଥିଲେ। ସନ୍ଧ୍ୟାରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା। କନ୍ୟା ପିତା ଭାବେ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଓ ବରପିତା ଭାବେ ଶ୍ରୀ ଶିବରାମ ମିଶ୍ର ସମସ୍ତ ଦେବନୀତି ସମ୍ପନ୍ନ କରିଥିଲେ।

Post Views: 180
Share209Tweet131Send
Voice of Victims

Voice of Victims

Recent Posts

  • ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ
  • ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଆଜିଠୁ ବଦଳିବ ପାଗ, ବଢ଼ିବ ବର୍ଷା
  • ଇନସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଡା କାର୍ଯ୍ୟାନୁଷ୍ଠାନ, ଆଉ ଫାଇନ୍ ନୁହେଁ ସିଧା ସିଜ୍‌ ହେବ ଗାଡି
  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In