• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଆଗାମୀ ନିର୍ଦ୍ଦେଶ ଯାଏଁ ହେଲିକପ୍ଟର ସେବା ବନ୍ଦ

by Voice of Victims
June 15, 2025
in ଦେଶ ବିଦେଶ, ମୁଖ୍ୟ ଖବର
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଆଗାମୀ ନିର୍ଦ୍ଦେଶ ଯାଏଁ ହେଲିକପ୍ଟର ସେବା ବନ୍ଦ

ନୂଆଦିଲ୍ଲୀ: ତ୍ତରାଖଣ୍ଡର କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଗୌରୀକୁଣ୍ଡ ନିକଟରେ ହୋଇଛି । ହେଲିକପ୍ଟରରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଖରାପ ପାଗ ଯୋଗୁଁ ଘଟିଛି। ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଚାରଧାମ ଯାତ୍ରାରେ ହେଲିକପ୍ଟର ସେବା ବନ୍ଦ କରିଦେଇଛନ୍ତି । ଆଗାମୀ ଆଦେଶ ଯାଏଁ ହେଲିକପ୍ଟର ସେବାକୁ ବନ୍ଦ ରଖାଯାଇଛି । ହେଲିକପ୍ଟର ଦୁର୍ଘଟଣା ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା ପରେ UKADA ଏବଂ DGCA ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେମାନେ ଚାରି ଧାମ ଯାତ୍ରାରେ ହେଲିକପ୍ଟର ସେବାକୁ ନିଷେଧ କରିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲଗାଯାଇଛି ।

ଉତ୍ତରାଖଣ୍ଡ ସରକାର ଏହି ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି । ଉତ୍ତରାଖଣ୍ଡ ରାଜ୍ୟରେ ହେଲିକପ୍ଟର ଦୁର୍ଘଟଣାକୁ ଗମ୍ଭୀରତାର ସହ ନେଇ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ହେଲିକପ୍ଟର ପରିଚାଳନା ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ସେ ହେଲିକପ୍ଟର ସେବା ପରିଚାଳନା ସମ୍ପର୍କରେ ଏକ SOP ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଉଡ଼ାଣ ପୂର୍ବରୁ ହେଲିକପ୍ଟରର ବୈଷୟିକ ଅବସ୍ଥା ଯାଞ୍ଚ କରିବା ଏବଂ ପାଗ ବିଷୟରେ ସଠିକ୍ ସୂଚନା ନେବା ବାଧ୍ୟତାମୂଳକ କରାଯିବା ଉଚିତ । ଏଥିପାଇଁ ସେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଧାମି ମୁଖ୍ୟ ସଚିବଙ୍କୁ ବୈଷୟିକ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ହେଲିକପ୍ଟର ପରିଚାଳନାର ସମସ୍ତ ବୈଷୟିକ ଏବଂ ସୁରକ୍ଷା ଦିଗଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବ ଏବଂ ତା’ପରେ ଏକ SOP ପ୍ରସ୍ତୁତ କରିବ ।

ସୂଚନାଯୋଗ୍ୟ, କେଦାରନାଥରେ ଗୌରୀକୁଣ୍ଡ ଏବଂ ତ୍ରିଜୁଗୀନାରାୟଣ ନାରାୟଣ ମଧ୍ୟରେ କ୍ରାସ୍ ହେଲା ହେଲିକପ୍ଟର । ଦୁର୍ଘଟଣାରେ ୭ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆର୍ୟନ କମ୍ପାନୀର ହେଲିକପ୍ଟର କ୍ରାସ୍ ହୋଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

Post Views: 43
Share199Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In