• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଏଭରେଷ୍ଟର ଶୃଙ୍ଗ ହେଉ ଅବା ସମୁଦ୍ର, ଯୋଗ ସମସ୍ତଙ୍କର ଏବଂ ସମସ୍ତଙ୍କ ପାଇଁ : ପ୍ରଧାନମନ୍ତ୍ରୀ

by Voice of Victims
June 21, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଏଭରେଷ୍ଟର ଶୃଙ୍ଗ ହେଉ ଅବା ସମୁଦ୍ର, ଯୋଗ ସମସ୍ତଙ୍କର ଏବଂ ସମସ୍ତଙ୍କ ପାଇଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ନୁହେଁ ବରଂ ସାରା ବିଶ୍ବରେ ଆଜି ଅର୍ଥାତ୍ ୨୧ ଜୁନକୁ  ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ସାରା ବିଶ୍ବ ଯୋଗମୟ ହୋଇଯାଇଛି । ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଯୋଗ କେବଳ ଶାରୀରିକ ନୁହେଁ ବରଂ ମାନସିକ ଶାନ୍ତି ମଧ୍ୟ ଦେଇଥାଏ । ଯାହା ଆମ ଶରୀର ଉପରେ ସକରାତ୍ମକ ପ୍ରଭାବ ପକାଇବାରେ ବଡ଼ ଭୂମିକା ଗ୍ରହଣ କରିଥାଏ ।

ଏହି ଯୋଗ ଦିବସ ଅବସରରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ବେଳାଭୂମିରେ ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ଯୋଗ କରିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଥମେ ଯୋଗ ଦିବସ କାର୍ଯ୍ୟକ୍ରମ ସମ୍ବୋଧିତ କରି ଏହି ଯୋଗ ଦିବସ ଅବସରରେ ଯୋଗର ମହତ୍ତ୍ବକୁ ବୁଝାଇଛନ୍ତି । ଏହାରି ମଧ୍ୟରେ ସରକାରଙ୍କ ପକ୍ଷରୁ ୧୦ଟି କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଯାହା ଦ୍ବାରା ସହଜରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ।

ଏଥି ସହିତ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ମୋଦୀ ପୋଷ୍ଟ କରି କହିଛନ୍ତି ଯେ, ଯୋଗ କେବଳ ଏକ ବ୍ୟାୟାମ ନୁହେଁ।  ପ୍ରଧାନମନ୍ତ୍ରୀ ଯୋଗକୁ ଜୀବନର ଏକ ଉପାୟ ଭାବରେ ବର୍ଣ୍ଣନା କରିଛନ୍ତି । “ଏଭରେଷ୍ଟ ଶିଖର ହେଉ କିମ୍ବା ସମୁଦ୍ର, ଯୋଗ ସମସ୍ତଙ୍କ ପାଇଁ” । ମୁଁ ବିଶ୍ୱବାସୀଙ୍କୁ ଏହି ଯୋଗ ଦିବସକୁ ମାନବତା ପାଇଁ ଯୋଗ ଆରମ୍ଭ ଭାବରେ ପାଳନ କରିବାକୁ ଅନୁରୋଧ କରୁଛି । ଯୋଗ ଆମକୁ ବିଶ୍ୱ ସହିତ ଏକତା ଆଡ଼କୁ ନେଇଯାଏ । ଯୋଗ ସୀମା, ବୟସ କିମ୍ବା କ୍ଷମତା ବାହାରେ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୋଦି ପରେ ସ୍ୱେଚ୍ଛାସେବକମାନଙ୍କ ସହିତ ଯୋଗ ମଧ୍ୟ କରିଥିଲେ । “କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଯୋଗକୁ ଲୋକପ୍ରିୟ କରିବା ପାଇଁ ମୁଁ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଥିଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ଯୋଗ ଦିବସ ପାଇଁ ବିଶାଖାପାଟଣା ଆରକେ ବିଚ୍ ଠାରୁ ଭୋଗାପୁରମ ପର୍ଯ୍ୟନ୍ତ ୨୬ କିଲୋମିଟର ମଧ୍ୟରେ ଏହାର ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ବିଶେଷ କାର୍ଯ୍ୟକ୍ରମ ସକାଳ ୬.୩୦ ଆରମ୍ଭ ହୋଇଥିଲା । ଯାହା ‘ଯୋଗ ସଙ୍ଗମ’ ପଦକ୍ଷେପ ଅଧୀନରେ ଦେଶର ୧୦ ଲକ୍ଷରୁ ଅଧିକ ସ୍ଥାନ ସହିତ ସମନ୍ୱୟ ରକ୍ଷା କରିବ । ବିଶ୍ୱ ସ୍ତରରେ, ଯୋଗ ଏବେ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଛି ।

Post Views: 45
Share199Tweet124Send
Voice of Victims

Voice of Victims

Recent Posts

  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା
  • ରାଜ୍ୟରେ ଅସମ୍ଭାଳ ଖରା, ଏବେଠୁ ଅଧିକାଂଶ ସହରରେ ୪୦ ଡିଗ୍ରୀ ଛୁଇଁଲାଣି ତାତି
  • ଅବକାରୀ ବିଭାଗର ନୂଆ ଗାଇଡଲାଇନ, ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ
  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In