• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଛାତ ଉପରୁ ନଜର ରଖିବେ NSG ସ୍ନାଇପର, ଆଉ ମାତ୍ର ୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା

by Voice of Victims
June 22, 2025
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର
ଛାତ ଉପରୁ ନଜର ରଖିବେ NSG ସ୍ନାଇପର, ଆଉ ମାତ୍ର ୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା

ପୁରୀ : ଛାତ ଉପରୁ ନଜର ରଖିବେ NSG ସ୍ନାଇପର ।  ଏରିଆଲ ସର୍ଭେଲାନ୍ସକୁ ଦିଆଯିବ ଗୁରୁତ୍ବ ।  ଶୃଙ୍ଖଳିତ ରଥଯାତ୍ରା ନେଇ ପୁରୀ ପୌରସଦନରେ ବସିଥିବା ଶେଷ ରଥ ସମନ୍ବୟ ବୈଠକରେ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।  ଏଥର ଅଘଟଣ ଶୂନ୍ୟ ହେବ ରଥଯାତ୍ରା ।

ମାନବସମ୍ବଳ, ଇଣ୍ଟେଲିଜେନ୍ସି ଏବଂ ଇଲେକ୍ଟ୍ରୋନିକ୍ସର ସମ୍ମନ୍ବୟରେ ହେବ ରଥଯାତ୍ରା । ସୁରକ୍ଷା ପାଇଁ ଡ୍ରୋନ ଓ AI କ୍ୟାମେରାର ମଧ୍ୟ ବ୍ୟବସ୍ଥା କରାଯିବ । ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ କରିବା ପାଇଁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ । ପ୍ରତିବର୍ଷ ଭଳି ଏବର୍ଷ ବି ସ୍ବତନ୍ତ୍ର ଆୟୋଜନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ଭିଡ଼କୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଟ୍ରାଫିକ ନିୟନ୍ତ୍ରଣ ସହ ଅଗ୍ନିଶମ ବିଭାଗକୁ ରଖାଯାଇଛି ସଜାଗ । ସମୁଦ୍ର କୂଳରେ ସୁରକ୍ଷା ପାଇଁ କୋଷ୍ଟଗାର୍ଡ ମୁତୟନ କରାଯିବେ। କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ୱାଚଟାୱାର ସହ ବଡ଼ଦାଣ୍ଡରେ ଥିବା ବଡ଼ ବଡ଼ ବିଲ୍ଡିଂ ବାଇନାକୁଲାର ବ୍ୟବସ୍ଥା କରାଯିବ । ଏହା ସହ ଆବଶ୍ୟକ ପଡିଲେ ଆକାଶମାର୍ଗରେ ହେଲିକପ୍ଟର ମାଧ୍ୟମରେ ମଧ୍ୟ ନଜର ରଖାଯିବ ।

ରଥଯାତ୍ରା, ସୁନାବେଶ ଏବଂ ବାହୁଡା ଦିନ ଅଧିକ ସତର୍କତା ଅବଲମ୍ବନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଡାଇରିଆ ରୋକିବାକୁ ଜିଲ୍ଲା ପ୍ରଶାସନକୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଆଜିର ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଆଉ ମାତ୍ର ୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In