• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ଅଧାରୁ ଉଡ଼ାଣ ବାତିଲ

by Voice of Victims
July 3, 2025
in ଆଞ୍ଚଳିକ ଖବର, ଦେଶ ବିଦେଶ, ମୁଖ୍ୟ ଖବର
ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ଅଧାରୁ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି ।  ଅଧାରୁ ଉଡ଼ାଣ ବାତିଲ ।  ଫେରିଲେ ଯାତ୍ରୀ। ଭିଏନ୍ନାରେ ଅଟକି ରହିଲା ଦିଲ୍ଲୀରୁ ୱାସିଂଟନ ଯାଉଥିବା ଏୟାର ଇଣ୍ଡିଆ ବିମାନ AI103 ।  ବୁଧବାର ଦିଲ୍ଲୀରୁ ୱାସିଂଟନ ଅଭିମୁଖେ ବାହାରିଥିବା ଏୟାର ଇଣ୍ଡିଆ ବିମାନ ଇନ୍ଧନ ଭର୍ତ୍ତି ପାଇଁ ଅଷ୍ଟ୍ରିଆର ଭିଏନ୍ନାରେ ଅଟକିଥିଲା ।

ଇନ୍ଧନ ଭର୍ତ୍ତି ବେଳେ ଯାଞ୍ଚ ସମୟରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା ।   ଫଳରେ ୱାସିଂଟନ୍ ଯାତ୍ରା ବାତିଲ କରାଯାଇଥିଲା।  ଭିଏନ୍ନାରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା।  ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବିମାନରେ ରିବୁକିଂ କିମ୍ବା ଟଙ୍କା ଫେରସ୍ତ ବ୍ୟବସ୍ଥା ହୋଇଛି  ।

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏକାଧିକ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେଲାଣି ।   ଜୁନ ୧୪ରେ ଦିଲ୍ଲୀରୁ ଭିଏନ୍ନା ଯାଉଥିବା ଅନ୍ୟ ଏକ ଏୟାର ଇଣ୍ଡିଆ ଫ୍ଲାଇଟ AI187, ଉଡ଼ାଣ ବେଳେ ପ୍ରାୟ ୯୦୦ ଫୁଟ ତଳକୁ ଖସି ଆସିଥିଲା ।

ଏହାର ତଦନ୍ତ DGCA ଦ୍ବାରା କରାଯାଉଛି। ଏବେ ଦିଲ୍ଲୀ-ୱାସିଂଟନ ଏୟାର ଇଣ୍ଡିଆ ବିମାନ AI103ରେ ପୁଣି ଯାନ୍ତ୍ରିକ ତ୍ରୁଟି ।  ମରାମତି ନହେବା ପର୍ଯ୍ୟନ୍ତ ଭିଏନ୍ନାରେ ରହିବ ବିମାନ। ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛି ଏୟାର ଇଣ୍ଡିଆ ।

Post Views: 38
Share199Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In