ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଲୋୟର ପିଏମଜି । ବିଜେଡି କର୍ମୀ – ପୋଲିସ ମୁହାଁମୁହିଁ । ଆନ୍ଦୋଳନକାରୀଙ୍କ ଉପରକୁ ପାଣି ଓ ଟିୟର ଗ୍ୟାସ ମାଡ କରିଛି ପୋଲିସ । ବିଜେଡିର କିଛି ନେତା ଓ କର୍ମୀଙ୍କୁ ଉଠାଇନେଇଛି କମିଶନରେଟ ପୋଲିସ । ପ୍ରଣବ ପ୍ରକାଶ ଦାସଙ୍କ ସହ ଅନେକ ବରିଷ୍ଠ ନେତା ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବର ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେଡି ଲୋୟର ପିଏମଜିରେ ବଡ଼ ଆନ୍ଦୋଳନ କରିଛି । ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ ହୋଇଛି । ଘଟଣାର ନ୍ୟାୟିକ ତଦନ୍ତ ଦାବି କରୁଛି ବିଜେଡି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏପଟେ ଲୋକସେବା ଭବନରେ କଡା ସୁରକ୍ଷା ମଧ୍ୟରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି ।
