ଆଜି ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହେବ ବୋଲି ଜଣାଯାଇଛି | ଆଜି ଜଣେ ସୁଆର ବଡୁ ସେବକ ଆହତ ହେବାରୁ ଶ୍ରୀମନ୍ଦିରରେ ରକ୍ତ ପଡିଥିଲା | ଜଣେ ସୁଆର ବଡ଼ୁ ସେବକ ଶ୍ରୀଜୀଉଙ୍କ ଫୁଲ ସଜାଇବାକୁ ଯାଉଥିବା ବେଳେ ପଡି ଯାଇଥିଲେ | ଫଳରେ ତାଙ୍କ ଦେହ ଖଣ୍ଡିଆ ହୋଇ ମନ୍ଦିରରେ ରକ୍ତ ପଡିଥିଲା | ଯେଉଁଥି ପାଇଁ ସଂଗେ ସଂଗେ ଦର୍ଶନ ବନ୍ଦ କରାଯାଇଥିଲା | ସେଥିପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି କରାଯିବ | ମହାସ୍ନାନ ନୀତି ଅନୁଷ୍ଠିତ ହେବା ଯୋଗୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଇଛି |
ପ୍ରକାଶଯୋଗ୍ୟ, ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବଶତଃ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ମହାପ୍ରଭୁଙ୍କର ବଡ଼ ମହାସ୍ନାନ କରାଯାଇଥାଏ ।
