• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଚେନ୍ନାଇରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

by Voice of Victims
August 11, 2025
in ମୁଖ୍ୟ ଖବର
ଚେନ୍ନାଇରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଚେନ୍ନାଇ:  ଚେନ୍ନାଇରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବାବେଳେ ବିମାନର ଜରୁରୀ ଅବତରଣ ହୋଇଥିଲା । ଖରାପ ପାଗ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ସେହି ବିମାନରେ ୫ଜଣ ସାଂସଦ ଦିଲ୍ଲୀ ଯାତ୍ରା କରୁଥିବା ସମୟରେ ଏପରି ଘଟିଥିଲା ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ, ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବା ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ଚେନ୍ନାଇ ବିମାନବନ୍ଦରରେରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ।  ସେଠାରେ ଅଧିକ ତଦନ୍ତ କରାଯିବ । ସେଥିରେ କଂଗ୍ରେସ ନେତା ଭେନୁଗୋପାଳଙ୍କ ସମେତ ଅନେକ ସାଂସଦ ବିମାନରେ ଉପସ୍ଥିତ ଥିଲେ । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଘଟଣା ସମ୍ପର୍କରେ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ଅନେକ ସାଂସଦଙ୍କ ସମେତ ଶହ ଶହ ଯାତ୍ରୀ ଆଜି ବଡ଼ ଦୁର୍ଘଟଣାର ନିକଟରେ ରହିଥିଲେ । କିନ୍ତୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହା ବ୍ୟତୀତ ଆହୁରି କହିଛନ୍ତି ଯେ,  ପ୍ରାୟ ଗୋଟିଏ ଘଣ୍ଟା ପରେ କ୍ୟାପ୍ଟେନ୍ ବିମାନ ସିଗନାଲରେ ତ୍ରୁଟି ଘୋଷଣା କଲେ ଏବଂ ବିମାନକୁ ଚେନ୍ନାଇ ଅଭିମୁଖେ ନେଇଥିଲେ । ଅବତରଣ ଅନୁମତି ପାଇଁ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦର ଚାରିପାଖେ ବିମାନଟି ଘୁରିଥିଲା । ନଷ୍ପତ୍ତି ନେବା ପରେ ସୁରକ୍ଷିତ ଭାବେ ବିମାନର ଜରୁରୀକାଳୀନ ଅବତରଣ ହୋଇଥିଲା ।

ଏହି ଏୟାର ଇଣ୍ଡିଆ ବିମାନରେ କେରଳ ସାଂସଦ ଏବଂ କଂଗ୍ରେସ ମହାସଚିବ କେସି ଭେନୁଗୋପାଳଙ୍କ ସହିତ ୟୁଡିଏଫ ସଂଯୋଜକ ଅଦୂର ପ୍ରକାଶ, ବରିଷ୍ଠ କଂଗ୍ରେସ ନେତା କେ. ସୁରେଶ, କେ. ରାଧାକୃଷ୍ଣନ ଏବଂ ତାମିଲନାଡୁ ସାଂସଦ ରବର୍ଟ ବ୍ରୁସ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏୟାର ଇଣ୍ଡିଆର ପ୍ରବକ୍ତା ପ୍ରଭାବିତ ଯାତ୍ରୀଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ, ଯାତ୍ରୀମାନଙ୍କୁ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି ।

Post Views: 150
Share199Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In