• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଇନ କାନୁନ

ବୁଲା କୁକୁରଙ୍କୁ ହଟାଇବା ମାମଲା, ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

by Voice of Victims
August 14, 2025
in ଆଇନ କାନୁନ, ଦେଶ ବିଦେଶ, ମୁଖ୍ୟ ଖବର
ବୁଲା କୁକୁରଙ୍କୁ ହଟାଇବା ମାମଲା, ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ବୁଲା କୁକୁର ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ୩ ଜଣିଆ ଖଣ୍ଡପୀଠ । ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହଟ୍ଟା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି କରିଛନ୍ତି । ଏବେ କୌଣସି ଆଦେଶ ଦେବୁନି ବୋଲି କୋର୍ଟ କହିଛନ୍ତି । ଏଥିସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ଖଣ୍ଡପୀଠ । କୁକୁର କାମୁଡ଼ା ରୋକିବାରେ ବିଫଳତା ଯୋଗୁଁ ବର୍ଷିଛନ୍ତି ।

ଖଣ୍ଡପୀଠ କହିଛନ୍ତି, ପାର୍ଲ୍ୟାମେଣ୍ଟ ଆଇନ ପ୍ରଣୟନ କରୁଛି । କିନ୍ତୁ ସ୍ଥାନୀୟ କର୍ତ୍ତୃପକ୍ଷ ତାର କାର୍ଯ୍ୟକାରୀ କରୁ ନାହାନ୍ତି । ସୋମବାର ଦିଲ୍ଲୀ -ଏନସିଆରର ସମସ୍ତ ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ ।ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, କୁକୁରଙ୍କ ଆକ୍ରମଣରେ ପିଲାଙ୍କ ମୃତ୍ୟୁ ହେଉଛି । ବନ୍ଧ୍ୟାକରଣ କରାଗଲେ ବି କୁକୁର କାମୁଡ଼ା ଘଟଣା କମୁନାହିଁ । ଦେଶବ୍ୟାପୀ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । କେହି ପଶୁଙ୍କୁ ଘୃଣା କରନ୍ତି ନାହିଁ, କିନ୍ତୁ ସୁରକ୍ଷା ଜରୁରୀ ବୋଲି କହିଛନ୍ତି ।

ଏହାର ଜବାବରେ କପିଲ ସିବ୍ବଲ କହିଥିଲେ ଯେ, କୋର୍ଟ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, କୁକୁରଙ୍କୁ ବନ୍ଧ୍ୟାକରଣ ପରେ ବାହାରେ ଛଡ଼ାଯିବ ନାହିଁ । ତା’ହେଲେ ସେମାନେ କୁଆଡ଼େ ଯିବେ ? ଏହା ନିୟମ ବିରୋଧୀ । ଏହା ଉପରେ ରୋକ୍ ଲଗାଯିବା ଦରକାର । ଏତେ ସଂଖ୍ୟକ କୁକର ଏକାଠି ରହିଲେ, ପରସ୍ପର ମଧ୍ୟରେ କାମୁଡାକାମୁଡି ହେବେ ।

Post Views: 137
Share199Tweet125Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In