• About Us
  • Contact Us
Thursday, October 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଜିଲ୍ଲାପାଳଙ୍କ ହସ୍ତରୁ ସମ୍ମାନିତ ହେଲେ ରଣପୁରର ପ୍ରତିଭାଶାଳୀ ଶୁଭ୍ରାଂଶୁ

by Voice of Victims
August 18, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଜିଲ୍ଲାପାଳଙ୍କ ହସ୍ତରୁ ସମ୍ମାନିତ ହେଲେ ରଣପୁରର ପ୍ରତିଭାଶାଳୀ ଶୁଭ୍ରାଂଶୁ

ରଣପୁର, ୧୮/୦୮: ୭୯ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ହସ୍ତରୁ ସମ୍ମାନ ଗ୍ରହଣ କରିବାର ସୁଯୋଗ ପାଇଲେ ରଣପୁରର କୁନି ପ୍ରତିଭା ଶୁଭ୍ରାଂଶୁ ମହାପାତ୍ର। ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର କନିଷ୍ଠ ବର୍ଗର ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି, ମାତ୍ର ୩ୟ ଶ୍ରେଣୀରେ ପଢୁଥିବା ଶୁଭ୍ରାଂଶୁ ରଣପୁରର ଗୌରବକୁ ଦେଶାତ୍ମବୋଧର ସୁରରେ ସାରା ଜିଲ୍ଲାରେ ପ୍ରତିଧ୍ୱନିତ କରିଛନ୍ତି। ଶୁଭ୍ରାଂଶୁଙ୍କ ପରିବାର ସାହିତ୍ୟ, ସଙ୍ଗୀତ ଓ ନାଟ୍ୟ ଜଗତରେ ପରିଚିତ।

ସେ ବରିଷ୍ଠ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ସ୍ୱ. ତ୍ରିନାଥ ମହାପାତ୍ରଙ୍କ ନାତି। ତାଙ୍କ ପିତା ସତ୍ୟନାରାୟଣ ମହାପାତ୍ର (ବୁଢ଼ା ଭାଇନା) – ଓଡିଶା ସଙ୍ଗୀତ ଆକାଶରେ ଖ୍ୟାତିସମ୍ପନ୍ନ ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଅଧ୍ୟାପକ। ମା’ ସୁଜାତା ନନ୍ଦ – ଜଣେ ନିଷ୍ଠାବାନ୍ତି ଶିକ୍ଷୟିତ୍ରୀ। ରଣପୁରର ମାଟି, ଐତିହ୍ୟ ଓ ସଂସ୍କୃତିର ସୁଗନ୍ଧ ବହନ କରିଥିବା ଏହି କୁନି ପ୍ରତିଭାର ସଫଳତାର ଖବର ପ୍ରସାର ପାଇବା ସହିତେ, ସ୍ଥାନୀୟ ଲୋକ, ସାହିତ୍ୟିକ, ଶିକ୍ଷାଳୁଭୀ, ସଙ୍ଗୀତ ପ୍ରେମୀ ମହଳରୁ ଅଭିନନ୍ଦନର ଝରି ବହୁଛି। ଶୁଭ୍ରାଂଶୁ – ରଣପୁରର ନୂଆ ପ୍ରେରଣା, ଭବିଷ୍ୟତର ସଙ୍ଗୀତ ଆକାଶର ଉଦିତ ତାରା।

Post Views: 118
Share201Tweet126Send
Voice of Victims

Voice of Victims

Recent Posts

  • ସନ୍ଦିଗ୍ଧ ଫୁଡ୍ ପଏଜନିଂ ଯୋଗୁଁ ବିଏସଏଫର ୭୫ ଯବାନ ହସପିଟାଲରେ ଭର୍ତ୍ତି
  • SI ପେପର ଲିକ୍ ମାମଲାରେ EDର ଆକ୍ସନ୍, ୧୨ଟି ସ୍ଥାନରେ ଚଢ଼ାଉ
  • ବଜ୍ରପାତ ପୂର୍ବରୁ ଆଗୁଆ ସୃୂଚନା, ସତର୍କ କରାଇବ ରାଡାର
  • ଶିବ ମନ୍ଦିର ପୂଜାରୀକୁ ଗୁଳିକରି ହତ୍ୟା, ଅଭିଯୁକ୍ତକୁ ଖୋଜୁଛି ପୋଲିସ
  • ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି, ମିଳିବ ୭୮ ଦିନର ବୋନସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In