• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଏମ୍ସ ପକ୍ଷରୁ ଓଡିଶାରେ ପ୍ରଥମ: ପରୀକ୍ଷା ମୂଳକ ଭାବେ ଭୁବନେଶ୍ୱରରୁ ଟାଙ୍ଗୀକୁ ଆରମ୍ଭ ହେଲା ଡ୍ରୋନ ସେବା

by Voice of Victims
January 23, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଏମ୍ସ ପକ୍ଷରୁ ଓଡିଶାରେ ପ୍ରଥମ: ପରୀକ୍ଷା ମୂଳକ ଭାବେ ଭୁବନେଶ୍ୱରରୁ ଟାଙ୍ଗୀକୁ ଆରମ୍ଭ ହେଲା ଡ୍ରୋନ ସେବା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ରୁ ପରୀକ୍ଷା ମୂଳକ ଭାବେ ଡ୍ରୋନ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀକୁ ପରୀକ୍ଷା ମୂଳକ ଭାବେ ଆରମ୍ଭ ଡ୍ରୋନ ସେବା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଭୁବନେଶ୍ୱର ଏମ୍ସରୁ ଉକ୍ତ ସେବାକୁ ଆରମ୍ଭ କରାଯାଇଛି। ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ, ରକ୍ତ ସାମ୍ପଲ ସଂଗ୍ରହ, ଅତି ଜରୁରୀ ଇଞ୍ଜେକ୍ସନ ଔଷଧ ଯୋଗାଣ ପାଇଁ ଉକ୍ତ ସେବାର ଲକ୍ଷ୍ୟ। ଏମ୍ସ ପକ୍ଷରୁ ଓଡିଶାରେ ଏହି ସେବା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ୭୦ କିଲୋମିଟର ପାଇଁ ୩୫ ମିନଟ ସମୟ ଲାଗୁଛି। ଏହି ଡ୍ରୋନ ଅପରାହ୍ନ ୧୨ ଟାରେ ବାହାରି ୧୨ ଟା ୩୫ ରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲା। ଏହି ଡ୍ରୋନ ୫ କେଜି ଓଜନ ପରିବହନ କରିବାର କ୍ଷମତା ରଖିଥିବା ଜଣା ପଡିଛି। ଅତି ଜରୁରୀ ପରିସ୍ଥିତି ରେ ଏହାକୁ ରୋଗୀଙ୍କୁ ନର୍ମାଲ ଟେମ୍ପରଚରରେ ଅତି ଜରୁରୀ ଔଷଧ ସହ ରକ୍ତ ଯୋଗାଣ କରିପାରିବ। ଏହି ଡ୍ରୋନ ପୁନର୍ବାର ଏମ୍ସ ଭୁବନେଶ୍ୱର କୁ ସଫଳତାର ସହ ଆକାଶ ପଥରେ ଫେରିଆସିଛି। ଆକାଶ ପଥରେ ପକ୍ଷୀ ମାନଙ୍କ ଠାରୁ ଢେର ଉଚ୍ଚ ପ୍ରାୟ ୪୦୦ ଫୁଟ ଉଚ୍ଚତାରେ ଏହି ଡ୍ରୋନ ଉଡାଣ କରିବାର କ୍ଷମତା ରହିଛି ବୋଲି ଡ୍ରୋନ ଟେକନସିଆନ ସୂଚନା ଦେଇଛନ୍ତି। ଆଜି ଏହି ସେବା ପ୍ରଥମ ଉଡାଣରେ ସଫଳ ହୋଇଥିବାରୁ ସମସ୍ତେ ଖୁସି ଅଛନ୍ତି। ତେଣୁ ଏହି ସେବା ଆଗକୁ ପ୍ରତିଦିନ ଜାରୀ ରହିବା ପାଇଁ ଏମ୍ସ ବ୍ୟବସ୍ଥା କରୁଥିବା ଜଣା ପଡିଛି। ଫଳରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀମାନେ ବେଶ ଉପକୃତ ହୋଇ ପାରିବେ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍
  • ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ
  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In