ବାଲେଶ୍ଵର (ଭିଓଭି), ୩୧/୮ – ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ଇସ୍କନ ପକ୍ଷରୁ ପାଳିତ ହୋଇଯାଇଛି ପବିତ୍ର ରାଧାଷ୍ଟମୀ ମହୋତ୍ସବ । ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶହ ଶହ ଭକ୍ତ ଉପସ୍ଥିତ ହୋଇ ଆଳତୀ , ଭଜନ ଏବଂ ହରିରାମ ସଂକୀର୍ତ୍ତନ କରିଥିଲେ । ସଂସ୍ଥାର ମୂଖ୍ୟ ମୁକୁନ୍ଦ ଚ୍ୟୈତନ୍ୟ ଦାସ ଉପସ୍ଥିତ ଭକ୍ତ ମାନଂକୁ ଶ୍ରୀରାଧା ଙ୍କ ର ଜନ୍ମୋତ୍ସବ ର କଥା କହିଥିଲେ । ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।
