କଟକ, ଚାଉଳିଆଗଞ୍ଜ ମଦନମୋହନ ମଠ ସ୍ଥିତ ପତଞଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ରାଜ୍ୟ ପ୍ରଭାରୀ ରାଧାମାଧବ ବହିଦାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ଉଦଘାଟନ କରି ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମା ଆଧ୍ୟାତ୍ମିକତା ଓ ରାଷ୍ଟ୍ରବାଦିତା ଉପରେ ଆଲୋକପାତ କରିଥିଲେ।

ବରିଷ୍ଠ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଶିର ଜେନା, ନିମାଇଁ ଜେନା, ସବିତା ପରିଡ଼ା, କିଶୋର ସାଗର, ପ୍ରିୟବ୍ରତ ରାଉତରାୟ, ପ୍ରସନ୍ନ ଭୂୟାଁ, ସୁରେନ୍ଦ୍ର ସାହୁ, ଚିରଞ୍ଜୟ ସାହୁ, ପ୍ରଦୀପ୍ତ ଆଚାର୍ଯ୍ୟ, ସାଧୁଚରଣ ସ୍ବାଇଁ, ରାମଚନ୍ଦ୍ର ସାହୁ, ସ୍ନେହପ୍ରଭା ନାୟକ, ମିନତୀ ସାହୁ, ନମିତା ଆଚାର୍ଯ୍ୟ ଓ ମନୋରମା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ବୈଦିକ ଯଜ୍ଞ, ଗୀତା ପାଠ, ଜଗନ୍ନାଥ ଅଷ୍ଟକମ୍ ପାଠ ଓ ସାମୁହିକ ଯୋଗ ନୃତ୍ୟ ପରିବେଷଣ ହେବା ସହ ବିଭିନ୍ନ ଯୋଗ କେନ୍ଦ୍ରର ପ୍ରଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୁରେଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
