କଟକ, ଗାନ୍ଧି ପଲ୍ଲୀ ପତଞଳି ଯୋଗ କେନ୍ଦ୍ର ଆନୁକୁଲ୍ୟରେ ସ୍ଥାନୀୟ ଯାଚକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭାଗବତ କଥାମୃତ ବରିଷ୍ଠ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଉଦଯାପିତ ହୋଇଯାଇଛି। ବିଶିଷ୍ଟ ପ୍ରବଚକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ଭାଗବତ ମହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ, କର୍ପୋରେଟର ତାପସ ସାମନ୍ତରାୟ, ଅଜୟ ବାରିକ, ହୃଷିକେଶ ସାହୁ, ସୁଷମା ଜେନା, ଗୋଲେଖ ପ୍ରଧାନ, ସୁଦାମ ମହାକୁଡ଼, ସନାତନ ପଣ୍ଡା, ବ୍ରହ୍ମାନନ୍ଦ ଦାଶ, ପ୍ରମୋଦ ଦାଶ, ଶ୍ରୀଧର ପଣ୍ଡା, ଜୟନ୍ତୀ ମହାନ୍ତି, ସସ୍ମିତା ପ୍ରଧାନ, ମନସ୍ବିନୀ ବେହେରା, ଖୁଲଣା ବଳ, ବଲ୍ଲରୀ ଷଡ଼ଙ୍ଗୀ, ପ୍ରେମଲତା ମହାକୁଡ଼, ଅଳକା ନାୟକ, ଜୟଶ୍ରୀ ମହାନ୍ତି, ଦୀପ୍ତି ସ୍ବାଇଁ, ରୀତା ପୁହାଣ, ଲକ୍ଷ୍ମଣ କରଣ, ରାମଚନ୍ଦ୍ର ସାହୁ, କୁରେଶ ପାତ୍ର, ସୁଧୀର ନନ୍ଦ, ଶଙ୍କର ରାଉତ, ଅମୂଲ୍ୟ ମହାନ୍ତି, ଅଚ୍ୟୁତାନନ୍ଦ ନାୟକ, ଗୋପିନାଥ ସାହୁ, ନର୍ମଦା ଜେନା, ବନ୍ଦିତା ନନ୍ଦ, ଶରତ ବେହେରା ଓ ସାଗର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଗାନ୍ଧି ପଲ୍ଲୀ ଉନ୍ନୟନ ସମିତିର ସଭାପତି ରବିନ୍ଦ୍ର ମହାରଣା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବୈଦିକ ଯଜ୍ଞ, ଜଗନ୍ନାଥ ଅଷ୍ଟକମ୍ ଓ ଗୀତଗୋବିନ୍ଦ ପାଠ କରାଯାଇଥିଲା। ବିଭିନ୍ନ ଯୋଗ କେନ୍ଦ୍ରର ଶତାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ସହଭାଗୀ ହୋଇଥିଲେ।
