• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରାଜସ୍ଥାନରେ ବସ୍ ଜଳିଯିବା ଘଟଣା: ଚାଲିଗଲା ୨୦ ଯାତ୍ରୀଙ୍କ ଜୀବନ , ବଢିପାରେ ମୃତ୍ୟୁ ସଂଖ୍ୟା

by Voice of Victims
October 15, 2025
in ଦେଶ ବିଦେଶ, ମୁଖ୍ୟ ଖବର
ରାଜସ୍ଥାନରେ ବସ୍ ଜଳିଯିବା ଘଟଣା: ଚାଲିଗଲା ୨୦ ଯାତ୍ରୀଙ୍କ ଜୀବନ , ବଢିପାରେ ମୃତ୍ୟୁ ସଂଖ୍ୟା

ରାଜସ୍ଥାନ : ରାଜସ୍ଥାନର ଯୋଧପୁର ରାଜପଥରେ ବସ୍ ଜଳିଯିବା ଘଟଣାରେ ୨୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି । ଗତକାଲି  ଜୈସଲମେର-ଯୋଧପୁର ରାଜପଥରେ ଥାୟତ ଗାଁ ନିକଟରେ ଜାତୀୟ ରାଜପଥରେ ଏସି ବସରେ ହଠାତ ନିଆଁ ଲାଗିଯାଇଥିଲା । ଏଥିରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବସରେ ଥିଲେ ମୋଟ ୫୭ ଯାତ୍ରୀ । ଗୁରୁତର ୧୬ ଜଣଙ୍କ ଆହତଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ ଓ ୪ ମହିଳା । ଗୁରୁତର ଆହତଙ୍କୁ ଏୟାରଲିଫ୍ଟ କରି ଯୋଧପୁରର ମହାତ୍ମା ଗାନ୍ଧୀ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁସାରେ, ବସଟ ଜୈସଲମେର୍‌ରୁ ଯୋଧପୁରକୁ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଯାତ୍ରା କରୁଥିବା ସୟମରେ ବସ୍‌ର ପଛ ଭାଗରୁ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା । ଏବଂ କିଛି ମିନିଟ୍ ମଧ୍ୟରେ ପୂରା ବସ୍ ଜଳିଯାଇଥିଲା । ଜୀବନ ବଞ୍ଚାଇବା ପାଇଁ କବାଟ ଓ ଝରକା ଦେଇ ବାହାରିବାକୁ ଉଦ୍ୟମ କରିଥିଲେ ଯାତ୍ରୀ । କିନ୍ତୁ ଅଧିକାଂଶ ବିଫଳ ହୋଇଥିଲେ । ଖବର ପାଇ ନିକଟସ୍ତ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ପ୍ରାଥମିକ ତଦନ୍ତରୁ ବସ୍‌ରେ ସଟ୍ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Post Views: 34
Share197Tweet123Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In