• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆସୁଛି ବାତ୍ୟା ‘ମୋନ୍ଥା’: ଦୁଇଦିନ ପାଇଁ ଅଙ୍ଗନବାଡ଼ି ବନ୍ଦ, ବାତ୍ୟା ମୁକାବିଲା ପାଇଁ ୧୨୮ ଟିମ୍‌ ସଜାଗ

by Voice of Victims
October 27, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସ୍ୱୟଂ ସହାୟିକା ଗ୍ରୁପ ମାଧ୍ୟମରେ ଶିଶୁଙ୍କୁ ପୋଷାକ ବଣ୍ଟନ ନିଷ୍ପତ୍ତିକୁ ବିରୋଧ କରି ସମନ୍ବିତ ଶିଶୁ ମଙ୍ଗଳଅଫିସି ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା ଓ ପ୍ରତିବାଦ

ଭୁବନେଶ୍ୱର: ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଦୁଇଦିନ ପାଇଁ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାତ୍ୟା ମୁକାବିଲା ପାଇଁ ରେଡ୍‌ ଜୋନ୍‌ରେ ଥିବା ୮ଟି ଜିଲ୍ଲାରେ ମୋଟ୍‌ ୧୨୮ଟି ଟିମ୍‌ ଓଡିଆରଏଫ୍‌, ଏନ୍‌ଡିଆରଏଫ୍‌ ଏବଂ ଅଗ୍ନିଶମ ବାହିନୀର ଟିମ୍‌ ନିୟୋଜିତ ହୋଇଛନ୍ତି । ଏଥିରୁ ମାଲକାନଗିରି ଓଡିଆରଏଫ୍‌ ୩ଟି, ଗୋଟିଏ ଏନଡିଆରଫି ଟିମ୍‌ ଏବଂ ୮ଟି ଅଗ୍ନିଶମ ବାହିନୀର ଟିମ୍‌ ସାମିଲ ରହିଛି । ସେହିପରି କୋରାପୁଟରେ ୧୮ ଟିମ୍‌, ନବରଙ୍ଗପୁରରେ ୧୩ଟି ଟିମ୍‌, ଗଜପତିରେ ୧୧ଟି ଟିମ୍‌, ଗଞ୍ଜାମରେ ୨୭ଟି ଟିମ୍‌, କନ୍ଧମାଳରେ ୧୬ଟି ଟିମ୍‌, କଳାହାଣ୍ଡିରେ ୧୬ଟିମ୍‌ ସାମିଲ ରହିଛି । ଆବଶ୍ୟକ ପଡ଼ିଲେ ଆହୁରି ଟିମ୍‌ ଦିଆଯିବ ବୋଲି ରାଜ୍ୟ ସରକାର ଓ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । 

ମୋନ୍ଥା ପ୍ରଭାବରେ ୨୮ ଓ ୨୯ ତାରିଖରେ ୮ ଜିଲ୍ଲାରେ ଭୀଷଣ ବର୍ଷାର ଚେତାବନୀ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡିକରେ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ଘୋଷଣା କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଏହି ଜିଲ୍ଲାଗୁଡ଼ିକରେ ୨୮ ଓ ୨୯ ତାରିଖ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।  ଏନେଇ ମହିଳା  ଓ ଶିଶୁ କଲ୍ୟାଣ ବିଭାଗ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛି । 

ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମରେ ସମସ୍ତ ପର୍ଯ୍ୟଟନସ୍ଥଳୀ ୩ ଦିନ ଯାଏଁ ବନ୍ଦ ରହିବ । ଗୋପାଳପୁର, ସୋନାପୁର ବେଳାଭୂମି ବି ବନ୍ଦ ରହିବ । ସାମୁଦ୍ରିକ ବବାତ୍ୟା ମୋନ୍ଥା ପ୍ରଭାବରେ ଆଜି ରାତିରୁ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ଏଣୁ ସମସ୍ତ ବିଭାଗ ସଜାଗ ହୋଇ ରହିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏକ ବୈଠକରେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲକୁ ଆଜି ଓ କାଲି ପାଇଁ ଛୁଟି ଘୋଷଣା କରାଯାଇଛି । ପ୍ରତି ଗାଁ ଗାଁ ମାଇକ ଯୋଗେ ପ୍ରଚାର କରାଯିବ । ଜିଲ୍ଲାରେ ଥିବା ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସନ୍ଧ୍ୟା ୫ ଟା ସୁଦ୍ଧା ସମସ୍ତ ଉପକୁଳ ବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ସ୍ଥାନନ୍ତର କରିବା ବେଳେ ଆବଶ୍ୟକ ହେଲେ ପୁଲିସର ସହଯୋଗ ନିଆଯିବ ।

Post Views: 30
Share197Tweet123Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In