ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ବିଜେବି ଷ୍ଟଡ଼ି ସେଣ୍ଟର ୨୦୨୦ ବ୍ୟାଚର ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଜୟଦେବ ବାଟିକାରେ ଅନୁଷ୍ଠିତ ହୋଇଯାଇଛି। ସମୟର ଚଲାପଥରେ ପ୍ରତିଟି ସାଥୀ ଅନେକ ପାହାଚ ଅତିକ୍ରମ କରିସାରିଲେଣି। ନିଜ ନିଜ ଜୀବନଚର୍ଯ୍ୟାରେ ସଭିଏଁ ବ୍ୟସ୍ତ। ସେହି କର୍ମମୟ ଜୀବନଶୈଳୀରୁ କିଛି ମୁହୂର୍ତ୍ତ ଚୋରାଇ ଆଣି ପଛରେ ଛାଡ଼ି ଆସିଥିବା ସ୍ମୃତିର ସେହି ପଦଚିହ୍ନ ଆଡ଼କୁ ଟିକେ ଲେଉଟି ଚାହିଁବା ସହ, ସମ୍ପର୍କର ସେତୁକୁ ଅକ୍ଷୁର୍ଣ୍ଣ ଓ ଅତୁଟ ରଖି ସେଥିରେ ସୌହାର୍ଦ୍ଦ୍ୟର ପ୍ରଲେପ ଟିକେ ବୋଳିଦେବା ହିଁ ଏହି ବନ୍ଧୁମିଳନର ଅସଲ ଉଦ୍ଦେଶ୍ୟ। ଏକାତ୍ମା ହୋଇନପାରିଲେ ବି ଗୋଟିଏ ଜାଗାରେ ଏକତ୍ରିତ ହେବା ଓ ପରସ୍ପର ମଧ୍ୟରେ ସୁଖ, ଦୁଃଖକୁ ନେଇ କିଛି ଏକାନ୍ତ ସମୟ ବିତାଇବା ମଧ୍ୟ ସାମ୍ପ୍ରତିକ ସମୟରେ ଗୋଟିଏ ଉଦାହରଣୀୟ ଉପଲବ୍ଧ। ବ୍ୟକ୍ତି କୈନ୍ଦ୍ରିକ ବିଚାରଧାରା ଆଜି ଯେତେବେଳେ ସମଗ୍ର ସମାଜକୁ ସଂକ୍ରମିତ କରିବା ସହ କରାୟତ ଓ କବଳିତ କରିଦେଇଛି, ଠିକ ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ୨୦୨୦ ବ୍ୟାଚର ଆଲୁମିନି ଗ୍ରୁପର ସାଥୀମାନେ ଆତ୍ମିୟତା ଓ ଆନ୍ତରିକତା ସହ ଆନନ୍ଦ ଓ ଉଲ୍ଲାସରେ ପରସ୍ପରକୁ ଆଲିଙ୍ଗନ କରିନେବାର ଉଦ୍ୟମ ବାସ୍ତବରେ ଏକ ଉତ୍ସାହପ୍ରଦ ଉତ୍ସବ।

ଏହି ଅବସରରେ ବ୍ୟୋମକେଶ ମିଶ୍ରଙ୍କ ହୃଦୟର ଏଇ ଶୂନ୍ୟତାକୁ ମୁଁ …ସଂଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଅନ୍ତାକ୍ଷରି ଓ ମ୍ୟୁଜିକ ଚେୟାର ଖେଳ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଆଲୁମିନି ଗ୍ରୁପର ସଦସ୍ୟ ସମସ୍ତ କାର୍ଯ୍ୟକ୍ରମକୁ ଆଲୁମିନି ଗ୍ରୁପର ସଦସ୍ୟ ଅମୀୟ ପ୍ରକାଶ ମହାନ୍ତି, ରଣଜିତ୍ ପଟ୍ଟନାୟକ, କମଳ କୁମାର ଧଳ, ବ୍ୟାମକେଶ ମିଶ୍ର, ରତ୍ନାକର ମହାମାନସିଂ, ଜ୍ଞାନରଞ୍ଜନ ମିଶ୍ର, ପ୍ରମୁଖ ପରିଚାଳନା କରିଥିଲେ। ଉତ୍ସବରେ ୪୦ଜଣ ଯୋଗଦେଇ ପରସ୍ପର ସହିତ ଭାବ ଆଦାନ ପ୍ରଦାନ କରି ଖୁସି ବ୍ୟକ୍ତ କରିଥିଲେ। ଶେଷରେ ମୀନା ନାୟକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
