କୋଣାର୍କ,(ଦେବାଶିଷ ସେଠି)ତୀର୍ଥପୁଷ୍କରିଣୀରେ ଦୀର୍ଘ ୩୨ବର୍ଷ ପରେ ଆସନ୍ତା ରେବତୀ ମୀନ ନକ୍ଷତ୍ର ଜାନୁଆରୀ ୨୫ତାରିଖ ରବିବାର ପୁରାଣ ପ୍ରସିଦ୍ଧ ପବିତ୍ର ମହାଅଲଭ୍ୟ ମାଘସପ୍ତମୀ ବୁଡ଼ ଅନୁଷ୍ଠିତ ହେବା ପାଇଁ ହିନ୍ଦୁ ଧର୍ମର ଖଡ଼ିରନ୍ ପଞ୍ଜିକାରେ ସମୟ ନିର୍ଦ୍ଧାରିତ ହୋଇଛି। ମାହେନ୍ଦ୍ର ବେଳା ମଧ୍ୟରେ ତ୍ରିବେଣୀଶ୍ଵର, ଈଶାଣେଶ୍ଵର ଓ ଦକ୍ଷିଣେଶ୍ଵର ତିନିଠାକୁରଙ୍କୁ ନେଇ ହେବ ପବିତ୍ର ମାଘସପ୍ତମୀ ମହାଅଲଭ୍ୟ ସ୍ନାନ । ଏ ନେଇ ଦେଶ ଓ ରାଜ୍ୟର କୋଣ ଅନୁକୋଣରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶଙ୍କା ରହିଥିଲା ବେଳେ ଏବେ ଚନ୍ଦ୍ରଭାଗା ପବିତ୍ର ମାଘମେଳା ପଡ଼ିଆଟି ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ପର୍ଯ୍ୟଟନ ବିଭାଗ ଦ୍ଵାରା ହିନ୍ଦୁ ଧାର୍ମିକ ଭାବନାକୁ କୁଠାରଘାତ କରି ଏହାକୁ ଜବରଦଖଲ କରାଯାଇଥିବା ଜଣାପଡ଼ିଛି।
ଚନ୍ଦ୍ରଭାଗା ସମୁଦ୍ରକୂଳରେ ଚାଲିଥିବା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ନିମନ୍ତେ ପ୍ରାଚୀନ ପୁରାଣପ୍ରସିଦ୍ଧ ମାଘମେଳା ପଡିଆରେ ସ୍ଥାୟୀ ଶୌଚାଳୟ ନିର୍ମାଣ କରାଯାଉଥିଲା ବେଳେ ସମୁଦ୍ରକୂଳରୁ ଉଛେଦ ହୋଇଥିବା ୬୦ରୁ ଊର୍ଦ୍ଧ୍ଵ ବ୍ୟବସାୟୀ ଙ୍କୁ ମଧ୍ୟ ଏହି ମାଘମେଳା ପଡିଆକୁ ଜବରଦଖଲ କରି ଭେଣ୍ଡିଙ୍ଗଜୋନ ନିର୍ମାଣ କରାଯାଇ ଥଇଥାନ କରାଯାଇଛି। ଫଳରେ ଦୀର୍ଘ ଶହ ଶହ ବର୍ଷ ଧରି ପ୍ରାଚୀନ କାଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ମାଘସପ୍ତମୀ ବୁଡ଼ ପାଇଁ ବ୍ୟବହାର କରୁଥିବା ଏହି ମାଘମେଳା ପଡିଆଟି
ଜବରଦଖଲ ରେ l ୧୦ଲକ୍ଷରୁ ଉର୍ଦୁ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିଲାବେଳେ ଏହି ଶ୍ରଦ୍ଧାଳୁମାନେ କୋଉଠି ଓ କିପରି ଭାବରେ ନିଜର ମାଘ ଷଷ୍ଠୀ ରାତିରେ ରହି ବିଧୂ ମୁଗବକ ମାଟି ହାଣ୍ଡିରେ ଶୁଖୁଆ ଡାଲମା ରୋଷେଇ କରି ଖାଇ ମାଘମେଳା ପଡ଼ିଆରେ ରକ୍ଷା ହାଣ୍ଡିକୁ ଭାଙ୍ଗିବା ନୀତି କରିବେ ତାକୁ ନେଇ ଏବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି।
