• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁଣି ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ବହୁ ପାଣିପାଗ ସଂସ୍ଥାର ମଡେଲରୁ ପୂର୍ବାନୁମାନ

by Voice of Victims
November 20, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ପୁଣି ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ବହୁ ପାଣିପାଗ ସଂସ୍ଥାର ମଡେଲରୁ ପୂର୍ବାନୁମାନ

ଭୁବନେଶ୍ବର: ବଙ୍ଗୋପ ସାଗରରେ ଆସୁଛି ଆଉ ଏକ ବାତ୍ୟା । ନଭେମ୍ବର ମାସ ଶେଷ ଆଡ଼କୁ ସୃଷ୍ଟି ହେବାକୁ ଯାଉଛି ବାତ୍ୟା । ଆସନ୍ତା ସପ୍ତାହରେ ବାତ୍ୟା ସୃଷ୍ଟି ସମ୍ଭାବନା ରହିଛି । ଏହା ତାମିଲନାଡୁ କିମ୍ବା ଆନ୍ଧ୍ରକୁ ହିଟ୍ କରିପାରେ। ଭାରତୀୟ ପାଣିପାଗ ସଂସ୍ଥା IMD ବାତ୍ୟା ପୂର୍ବାନୁମାନ କରି ନଥିଲେ ମଧ୍ୟ, ୨୨ରେ ଲଘୁଚାପ ଓ ୨୪ରେ ଅବପାତ ହେବା ପୂର୍ବାନୁମାନ କରିଛି । ଆମେରିକୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ପୂର୍ବାନୁମାନ, ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ।

ଆସନ୍ତା ସପ୍ତାହ ଶେଷରେ ଏହା ଘୂର୍ଣ୍ଣିଝଡ଼ରେ ପରିଣତ ହେବ । ଏହି ଝଡ଼ ଆନ୍ଧ୍ର ମୁହାଁ ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ଭାରତରେ ମଧ୍ୟ ଅନେକ ପାଣିପାଗ ବିଶେଷଜ୍ଞ ବାତ୍ୟା ଆକଳନ କରିଛନ୍ତି। ଯଦି ବାତ୍ୟା ଆସେ ତେବେ ତାର ନାଁ ରହିବ, ସେନ୍ୟାର। ଭାରତ ମହାସାଗରରେ ବାତ୍ୟାର ନାମକରଣ ପ୍ରକ୍ରିୟାରେ ଏଥର ୟୁଏଇ ତରଫରୁ ଏହି ନାଁ ରହିବ ।

ସେପଟେ ଆମେରିକୀୟ ପାଣିପାଗ ମଡେଲ GFS ଅନୁମାନ କରିଛି, ନଭେମ୍ବର ୨୬ କିମ୍ବା ୨୭ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ଏହା ୨୯ ନଭେମ୍ବର ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ସେହିପରି ୟୁରୋପୀୟ ମଡେଲ ECMWF ପୂର୍ବାନୁମାନ କରିଛି, ନଭେମ୍ବର ୨୫ ବେଳକୁ ବାତ୍ୟା ସୃଷ୍ଟି ହୋଇପାରେ ।ଏହା ନଭେମ୍ବର ୨୮ କିମ୍ବା ୨୯ ବେଳକୁ ତାମିଲନାଡୁ-ଆନ୍ଧ୍ର ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିପାରେ।

ତେବେ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗର କୌଣସି ଅନୁମାନ ଆସି ନାହିଁ। ଆଇଏମଡି ଆକଳନ କରିଛି, ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ। ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ।

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In