• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଓଡ଼ିଶାରେ ଗଠନ କର ବିଧାନ ପରିଷଦ:ସସ୍ମିତ

by Voice of Victims
January 31, 2024
in ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶାରେ ଗଠନ କର ବିଧାନ ପରିଷଦ:ସସ୍ମିତ

ନୂଆଦିଲ୍ଳୀ: ଓଡ଼ିଶାରେ ଗଠନ କର ବିଧାନ ପରିଷଦ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବକେୟା ବାସଗୃହକୁ ମଞ୍ଜୁରୀ ଦିଅ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁ ୨୯୩୦ ଟଙ୍କାକୁ ବୃଦ୍ଧି କର । ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏସବୁ ପ୍ରସଙ୍ଗକୁ ଗମ୍ଭୀରତାର ସହ ସଂସଦରେ ଉଠାଇବ ବିଜୁ ଜନତା ଦଳ । ଏହାଛଡ଼ା ଆଉ ୪ଟି ପ୍ରମୁଖ ପ୍ରସଙ୍ଗକୁ ମଧ୍ୟ ଦଳ ଗମ୍ଭୀରତାର ସହ ଗୃହର ଦୃଷ୍ଟି ଆକର୍ଷଣ କରିବ । ପହିଲାରୁ ଆସନ୍ତା ଫେବ୍ରୁଆରୀ ୯ ପର୍ୟ୍ୟନ୍ତ ସଂସଦର କାମଚଳା ବଜେଟ୍‌ ଅଧିବେଶନ ବସିବ । ଏହି ଅଧିବେଶନରେ ରହିବ ମାତ୍ର ୬ଟି କାର୍ୟ୍ୟ ଦିବସ । ସଂସଦର ବଜେଟ୍‌ ଅଧିବେଶନର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ସମୟରେ ବିଜେଡି ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ଉଠାଇବ । ବିଧାନ ପରିଷଦ ଗଠନ ନେଇ ଓଡିଶା ବିଧାନସଭାର ସର୍ବସମ୍ମତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ବହୁ ବର୍ଷ ଧରି ପଡିରହିଛି । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିବା ପାଇଁ ଦଳ ପକ୍ଷରୁ ଉଠାଯିବ । ଏହାଛଡା ଓଡ଼ିଶାର ୧୬୯ ଅଦିବାସୀ ସଂପ୍ରଦାୟଙ୍କୁ ଅଦିବାସୀ ତାଲିକାରେ ସାମିଲ କରିବା ପାଇଁ ଦଳର ପୂର୍ବ ଦାବିକୁ ପୁଣିଥରେ ଉପସ୍ଥାପନ କରାଯିବ । ହୋ, ମୁଣ୍ଡାରୀ, ଭୂମିଜ୍‌ ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦଳ ପୁଣିଥରେ ସଂସଦରେ ଦାବି କରିବ । ସେହିପରି କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଛାଡ କରିବା ପାଇଁ ବିଜେଡି କେନ୍ଦ୍ର ସରକାରଙ୍କ ନିକଟରେ ତାହାର ପୂର୍ବ ଦାବିକୁ ପୁଣି ଉପସ୍ଥାପନ କରିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ଉଚିତ୍‌ ସମୟରେ କ୍ଷତିପୂରଣ ପ୍ରଦାନ କରାଯାଉନାହିଁ । ଏହି ଫସଲ ବୀମା ଯୋଜନାକୁ ଠିକ୍‌ ଭାବେ ଲାଗୁ କରିବାକୁ ବିଜେଡି ଦାବି ରଖିବ ।ଧାନର ଏମ୍‌ଏସ୍‌ପି ୨୯୩୦ଟଙ୍କାକୁ ବୃଦ୍ଧି କରିବା ଓ ଉପକୂଳବର୍ତ୍ତୀ ରାଜପଥ ପ୍ରସଙ୍ଗକୁ ଦଳ ଶାଣିତ ଭାବେ ଉଠାଇବ । କଟକ-ସମ୍ବଲପୁର ଜାତୀୟ ରାଜପଥର କାମ ଅଧାପନ୍ତରିଆ ହୋଇ ପଡିରହିଛି । ଭୁବନେଶ୍ୱର ଆଉଟର୍‌ ରିଙ୍ଗରୋଡର କାର୍ୟ୍ୟ ମଧ୍ୟ କାର୍ୟ୍ୟକାରୀ କରାଯାଇ ନାହିଁ । ସଂସଦରେ ଓଡିଶାର ବିଭିନ୍ନ ରାଜପଥମାନଙ୍କର ନିର୍ମାଣ କାର୍ୟ୍ୟକୁ ଯେପରି ତ୍ୱରାନ୍ୱିତ କରାଯାଏ ସେ ନେଇ ବିଜେଡି ଜୋର ଦେବ । ଏହାଛଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭ଲକ୍ଷ ବାସଗୃହ ଏବେବି ରାଜ୍ୟକୁ ପାଇବାକୁ ଅଛି । ତାକୁ ଶୀଘ୍ର ମଞ୍ଜୁର କରିବା ଏବଂ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରାଯିବା ଏବଂ କେନ୍ଦ୍ରୀୟ ଶୁଳ୍କର କିଛି ଅଂଶ ରାଜ୍ୟକୁ ପ୍ରଦାନ କରିବା ପାଇଁ ବିଜେଡି ସଂସଦରେ ଦାବି ଉଠାଇବ ବୋଲି ସସ୍ମିତ କହିଛନ୍ତି ।

Post Views: 32
Share199Tweet124Send
Voice of Victims

Voice of Victims

Recent Posts

  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି
  • ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ
  • ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ବାଳକୃଷ୍ଣ ଷଢଙ୍ଗୀ
  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In