• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ବଢିଲା ଶୁଭଙ୍କର ମିଶ୍ରଙ୍କ ପାଇଁ ଅଡୁଆ; ଥାନାରେ ଦିଆଗଲା ଏତଲା

by Voice of Victims
November 30, 2025
in ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ବଢିଲା ଶୁଭଙ୍କର ମିଶ୍ରଙ୍କ ପାଇଁ ଅଡୁଆ; ଥାନାରେ ଦିଆଗଲା ଏତଲା

ଭୁବନେଶ୍ୱର: ବଢିଲା ଶୁଭଙ୍କର ମିଶ୍ରଙ୍କ ପାଇଁ ଅଡୁଆ । ସାମ୍ବାଦିକ ତଥା ସୋସିଆଲ୍ ମିଡ଼ିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରା ନାଁରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିଷୟରେ ଅପପ୍ରଚାର ଅଭିଯୋଗରେ ଏତଲା । ସୋସିଆଲ୍‌ ମିଡିଆରେ ଅପପ୍ରଚାର ପାଇଁ ଦେଲେ ଏତଲା ଦିଆଯାଇଛି ।

ପ୍ରେମୀଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଆସିଲେ ବିବାହ କରିପାରିବେନି କହିଥିଲେ ଶୁଭଙ୍କର।ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ କହିଛନ୍ତି ଶୁଭଙ୍କର କେଉଁ ଆଧାରରେ ଏବଂ ତଥ୍ୟ ଅନୁସାରେ ଏଭଳି ମନ୍ତବ୍ୟ ଦେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ । ଜଗନ୍ନାଥ ସଂସ୍କୃତି ବିରୁଦ୍ଧରେ ଭ୍ରମାତ୍ମକ ଟିପ୍ପଣୀ ଦେଇଥିବା ଶୁଭଙ୍କରଙ୍କୁ ଗିରଫ କରିବାକୁ ଦାବି କରିଛୁ । ସେହିପରି ସରକାର ବିଧାନସଭାରେ ତୁରନ୍ତ ଆଇନରେ ଆବଶ୍ୟକୀୟ ସଂଶୋଧନ କରିବା ସହ ନୂତନ ଆଇନ ପ୍ରଣୟନ କଲେ ଏଭଳି ଘଟଣାର ଆଉ ପୁନରାବୃତ୍ତି ହେବ ନାହିଁ ।

ଅନ୍ୟପକ୍ଷରେ ଏତେ ଦିନ ବିବାଦ ଲାଗି ରହିଥିବାବେଳେ ଶୁଭଙ୍କର ମିଶ୍ର କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ଶୁଭଙ୍କର ପୁରୀ ଆସି କ୍ଷମା ମାଗନ୍ତୁ ବୋଲି ପୂର୍ବରୁ ଦାବି ହୋଇଥିଲା ।ସୂଚନା ଯୋଗ୍ୟ; ଶୁଭଙ୍କର ତାଙ୍କର ସୋସିଆଲ୍ ମିଡ଼ିଆ ପୋଷ୍ଟରେ ଏକ ଭିଡ଼ିଓ ଜାରି କରି କହିଥିଲେ ଯେ ଶ୍ରୀମନ୍ଦିରକୁ ଯେଉଁ ପ୍ରେମୀ ଯୁଗଳ ଆସନ୍ତି ସେମାନଙ୍କର ପ୍ରେମ ସଫଳ ହୁଏ ନାହିଁ ଏବଂ ସେମାନଙ୍କର ସମ୍ପର୍କ ଭାଙ୍ଗି ଯାଏ । କାରଣ ଶ୍ରୀମନ୍ଦିର ଉପରେ ରାଧାରାଣୀଙ୍କ ଅଭିଷାପ ପଡ଼ିଥିଲା । ରାଧାରାଣୀ ଯେତେବେଳେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସିଥିଲେ ସେତେବେଳେ ସେବାୟତମାନେ ତାଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ । ଯେଉଁଥିପାଇଁ ସେ ଅଭିଶାପ ଦେଇଥିଲେ ଯେ ଯେଉଁ ପ୍ରେମୀ ଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଆସିବେ ତାଙ୍କର ପ୍ରେମ ସଫଳ ହେବ ନାହିଁ ।

Post Views: 33
Share199Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In