କଟକ, ମହାନଦୀ ବିହାର ଗୀତା ଗ୍ରାମ ଆନୁକୁଲ୍ୟରେ କଟକ ଜିଲ୍ଲା ଗୀତା ପରିବାର ପକ୍ଷରୁ ପୋତାପୋଖରୀ ରାଧା ମୋହନ ଜିଉ ମନ୍ଦିର ଠାରେ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। କେଶବ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଖିଳ ଭାରତୀୟ ସନ୍ଥ ସମିତିର ମହାମନ୍ତ୍ରୀ ସ୍ବାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ ଉଦଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଜୟ ସାହୁ, ଅନିଲ ସାହୁ, ପ୍ରମୋଦ ଦାଶ, ଗିରିଜା ପଟ୍ଟନାୟକ, ପ୍ରଦୀପ ବେହେରା, ରଞ୍ଜିତ ବ୍ରହ୍ମା, ପୂର୍ଣ୍ଣଚନ୍ଦ୍ର ସାହୁ, ବୈକୁଣ୍ଠ ତାରେଣିଆ, ସୁଧୀର ନନ୍ଦ, ସତ୍ୟ ରଞ୍ଜନ ଷଡ଼ଙ୍ଗୀ, କୁରେଶ ପାତ୍ର, ରାମଚନ୍ଦ୍ର ସାହୁ, ପ୍ରଦୀପ୍ତ ଆଚାର୍ଯ୍ୟ, ଲକ୍ଷ୍ମଣ କରଣ, ଗୋଲେଖ ପ୍ରଧାନ, ରବିନ୍ଦ୍ର ମହାରଣା, ସୁଦାମ ମହାକୁଡ଼, ଶୁଭାଶିଷ ମହାପାତ୍ର, ଖୁଲଣା ବଳ, ସ୍ମୃତି ସ୍ନିଗ୍ଧା ମହାପାତ୍ର, ଅଳକା ନାୟକ, ଅତସୀ ନାୟକ, ବଲ୍ଲରୀ ଷଡ଼ଙ୍ଗୀ, ଭାରତୀ ନାୟକ, ନର୍ମଦା ଜେନା, ଦୀପ୍ତି ସ୍ବାଇଁ, ନିରୂପମା ମହାନ୍ତି, ଅମିତା ପୃଷ୍ଟି, ମୋନାଲିସା ପୃଷ୍ଟି, କବିତା କରଣ, ତପସ୍ଵିନୀ ମହାନ୍ତି, ଜୟନ୍ତୀ ମହାନ୍ତି, ବିମଳା ପାଣିଗ୍ରାହୀ, ଜୟଶ୍ରୀ ମହାନ୍ତି, ଅନାମିକା ହୋତା, ଦେବଯାନୀ ପ୍ରଧାନ, ଅଞ୍ଜଳି ନାୟକ, ଝୁନା ରାଣୀ ବେହେରା, ନମିନା ଡାକୁଆ, ଗୀତାଞ୍ଜଳି ଶତପଥୀ ଓ ବିଦ୍ୟୁତ ଲତା ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଗୀତା ଜୟନ୍ତୀ ଓ ଗୀତା ପରିବାରର ଚାଳିଶ ବର୍ଷ ପୂର୍ତ୍ତି ଅବସରରେ ସଂପୂର୍ଣ୍ଣ ଗୀତା ପାରାୟଣ ସହ ନଗର ପରିକ୍ରମା, ସଂକୀର୍ତ୍ତନ, ବୈଦିକ ଯଜ୍ଞ ଓ ଗୀତା ସମ୍ବନ୍ଧୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବାନାମ୍ବର ସାହୁ ଧନ୍ୟବାଦ ଦେଇଥିଲେ।
