କଟକ, ପତଞଳି ଯୋଗ ପରିବାର ପକ୍ଷରୁ କାଳିଆବୁଦା ଗୁରୁକ୍ଷେତ୍ର ଠାରେ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ସାହୁ, ଅମୂଲ୍ୟ ମହାନ୍ତି, ଗଜେନ୍ଦ୍ର ସ୍ବାଇଁ, ରାମଚନ୍ଦ୍ର ସାହୁ, କୁରେଶ ପାତ୍ର, ସାଧୁ ଚରଣ ସ୍ବାଇଁ, ଶରତ ବେହେରା, ଗୋଲେଖ ପ୍ରଧାନ, ସୁଦାମ ମହାକୁଡ଼, ଲକ୍ଷ୍ମଣ କରଣ, ଦୀପ୍ତି ସ୍ବାଇଁ, କାବେରୀ ମହାନ୍ତି, କବିତା ରାଉଳ, ଦେବଯାନୀ ପ୍ରଧାନ, ରାନୁବାଳା ସାହୁ, ଅମିତା ପୃଷ୍ଟି, ଅଞ୍ଜଳି ନାୟକ, କବିତା କରଣ, ତପସ୍ଵିନୀ ମହାନ୍ତି, ସବିତା ଦାସ, ବନଶ୍ରୀ ଦାଶ, ଖୁଲଣା ବଳ, ମୀରା ରାୟ, ସ୍ମୃତିସ୍ନିଗ୍ଧା ମହାପାତ୍ର ଓ ଝୁନାରାଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପୂଜକ ସନାତନ ପଣ୍ଡା ଓ ସାଗର ଦୁବାଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗୀତା ପାରାୟଣ, ଜଗନ୍ନାଥ ଅଷ୍ଟକମ୍ ପାଠ ଓ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା।
