ପୁରୀ: ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ । ଡ୍ରୋନ୍ ଦ୍ବାରା ନିଆଯାଇଥିବା ଶ୍ରୀମନ୍ଦିରର ଫଟୋ ଭାଇରାଲ ହୋଇଛି । ଫେସବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ଫଟୋ ଅପଲୋଡ କରିଛି । ଫେସବୁକରେ ଅପଲୋଡ ହୋଇଥିବା ଏହି ଫଟୋକୁ ଅନେକ ଲୋକ ସେୟାର ଏବଂ ରିପୋଷ୍ଟ ମଧ୍ୟ କରିଛନ୍ତି ।
ତେବେ ଶ୍ରୀମନ୍ଦିର ଉପରୁ ଡ୍ରୋନ୍ ମାଧ୍ୟମରେ ଏହି ଫଟୋ କିଭଳି ନିଆଗଲା ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଫଟୋରେ କୁରମ ବେଢା ଭିତରେ ଥିବା ବଡ଼ଦେଉଳ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ଦେଖାଯାଉଛି । ମେଘନାଦ ପାଚେରୀ ଭିତରେ ଥିବା ଅନ୍ୟାନ୍ୟ ଐତିହ୍ୟ ଓ ମନ୍ଦିର ମଧ୍ୟ ଫଟୋରେ ଦେଖାଯାଉଛି ।
ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ କରାଯାଇଥିବା ବେଳେ ଡ୍ରୋନ୍ ମାଧ୍ୟମରେ ଶ୍ରୀମନ୍ଦିର ଉପରୁ ଫଟୋ ଓ ଭିଡିଓ କିଭଳି ଉତ୍ତୋଳନ କରାଗଲା ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଏକ ବର୍ଷ ପୁରୁଣା ଫଟୋ ବୋଲି ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
