• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟା ଘଟଣାକୁ ଆମେ ଅଣଦେଖା କରିପାରିବୁ ନାହିଁ, ବାଂଲାଦେଶକୁ ଭାରତର କଡା ଚେତାବନୀ

by Voice of Victims
December 27, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟା ଘଟଣାକୁ ଆମେ ଅଣଦେଖା କରିପାରିବୁ ନାହିଁ, ବାଂଲାଦେଶକୁ ଭାରତର କଡା ଚେତାବନୀ

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟା ଘଟଣାକୁ ଆମେ ଅଣଦେଖା କରିପାରିବୁ ନାହିଁ। ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ବାଂଲାଦେଶ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ବି ଦିନକୁ ଦିନ ଆକ୍ରମଣ ବଢିବାରେ ଲାଗିଛି। ଏହାକୁ ରାଜନୈତିକ ହିଂସା କିମ୍ବା ଗଣମାଧ୍ୟମର କପୋଳକଳ୍ପିତ ଖବର କହି ବାଂଲାଦେଶ ସରକାର ଏଡାଇ ଦେଇପାରିବେ ନାହିଁ ବୋଲି କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ।

ଗତ କିଛିଦିନ ଧରି ବାଂଲାଦେଶ ଭାରତ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅମୂଳକ ଅଭିଯୋଗ କରି ଆସୁଛି। ଭାରତ ଏହାର କଡା ଜବାବ ଦେଇଛି। ସେହିପରି ବାଂଲାଦେଶରେ ହିନ୍ଦୁ ଯୁବକଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ କରିଛି ଭାରତ। ବାଂଲାଦେଶର ଅନ୍ତରୀଣ ସରକାରଙ୍କ କାର୍ଯ୍ୟକାଳରେ ସଂଖ୍ୟାଲଘୁଙ୍କ ବିରୋଧରେ ୨୯ ଶହରୁ ଅଧିକ ହିଂସାକାଣ୍ଡ ହୋଇଛି।

ଏଥିରେ ହତ୍ୟା, ପୋଡାଜଳା, ଜମି ହଡପ ଭଳି ମାମଲା ରହିଛି। ହେଲେ ଏସବୁ ଘଟଣାକୁ ୟୁନୁସ ସରକାର ରାଜନୈତିକ ହିଂସା କହି ଏଡାଇ ଆସୁଛନ୍ତି। ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ତିକ୍ତ କରିଛି ବୋଲି କହିଛନ୍ତି MEA ମୁଖପାତ୍ର। ସେହିପରି ବାଂଲାଦେଶରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ଭାରତ ସମର୍ଥନ କରେ ବୋଲି MEA ପକ୍ଷରୁ କୁହାଯାଇଛି। ତେବେ ନିର୍ବାଚନ ଆଳରେ ବଢିଥିବା ଭାରତ ବିରୋଧୀ ହିଂସା ଉପରେ କଡା ନଜର ରଖାଯାଇଛି। ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ବଢିବା ଚିନ୍ତାଜନକ ବୋଲି  MEA କହିଛି  ।

Post Views: 32
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In