କଟକ : କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମାଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଅର୍ପିତା ଆବେଦନ କରିଛନ୍ତି । ପୂର୍ବରୁ ଏହି ମାମଲାରେ ସୋମେଶ ଶତପଥୀ ଆଗୁଆ ଜାମିନ ଆବଦେନ କରିଥିଲେ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ମମାଲା ରେ କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ହ୍ୟୁମାନଙ୍କ ମାଆ ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ ମର୍କତ ନଗର ଥାନାରେ ରୁଜୁ ମାମଲାର ତଦନ୍ତ କରୁଛି କମିଶନରେଟ ପୋଲିସ ।
ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ବିଷ ଦେଇ କିମ୍ବା ଶାରୀରିକ କ୍ଷତି ପହଞ୍ଚାଇ ହତ୍ୟା କରାଯାଇଥିବା ଶେଫାଳି ସୁନା ଆଶଙ୍କା କରିଛନ୍ତି । ୮ପୃଷ୍ଠାର ଏତଲାରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ, ମ୍ୟାନେଜର ଦିନେଶ ବେହେରା, ପ୍ରଶାନ୍ତ ବେହେରା, ସୋମେଶ ଶତପଥୀ ଏବଂ ଡାକ୍ତର ଶୁଭେନ୍ଦୁ ମିଶ୍ରଙ୍କଙ୍କ ବିରୋଧରେ ତଦନ୍ତ ପାଇଁ ଏତଲାରେ ଦାବି କରିଛନ୍ତି ।
